ବିହାରରେ ଭୟଙ୍କର ସଡ଼କ ଦୁର୍ଘଟଣା, ସ୍କର୍ପିଓ-ଟ୍ରକ୍ ମୁହାଁମୁହିଁ ଧକ୍କାରେ ୫ ମୃତ, ୪ ଆହତ
ନନ୍ଦିଘୋଷ ବ୍ୟୁରୋ: ବିହାର ଲଖିସରାଇ-ଜମୁଇ ରାସ୍ତାରେ ଗୁଣସାଗର ନିକଟରେ ଏକ ସ୍କର୍ପିଓ ଏବଂ ଏକ କୋଇଲା ବୋଝେଇ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ତିନି ଜଣ ପୁରୁଷ, ଜଣେ ମହିଳା ଏବଂ ଜଣେ ବାଳକ ଅଛନ୍ତି । ଦୁର୍ଘଟଣାରେ ଜଣେ ଶିଶୁ ଏବଂ ଜଣେ ମହିଳା ସମେତ ୪ ଜଣ ଆହତ ହୋଇଛନ୍ତି । ସ୍କର୍ପିଓରେ ଥିବା ସମସ୍ତ ଲୋକ ପୂର୍ବ ଚମ୍ପାରଣ ମୋତିହାରୀ ଜିଲ୍ଲାର ଢାକା ଥାନା ଅଞ୍ଚଳ ଅନ୍ତର୍ଗତ ରାମଚନ୍ଦ୍ର ଢାକା ଗ୍ରାମର ବାସିନ୍ଦା । ସେମାନେ ଦେଓଘର ଯାତ୍ରା କରୁଥିଲେ । ମୃତକଙ୍କ ନାମ ରାକେଶ ଗୁପ୍ତା, ମୀନା ଦେବୀ, ପଲ୍ଲବୀ ଦେବୀ, ବାଦଲ କୁମାର ଏବଂ ସ୍କୋର୍ପିଓ ଡ୍ରାଇଭର ଜାଫର ଆଲାମ । ଆଜି ସକାଳେ ସ୍କର୍ପିଓ ଦେଓଘର ଅଭିମୁଖେ ଯାତ୍ରା କରୁଥିଲା ବେଳେ ଗୁଣସାଗର ନିକଟରେ, ଝାଡ଼ଖଣ୍ଡ ପଞ୍ଜିକରଣ ନମ୍ବର ବିଶିଷ୍ଟ ଏକ କୋଇଲା ବୋଝେଇ ଟ୍ରକ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
