ଶ୍ରୀ ମନ୍ଦିରରେ ରତ୍ନଭଣ୍ଡାର ଗଣତି ମଣତି ଟିମ

Nov 26, 2026 - 12:05
ଶ୍ରୀ ମନ୍ଦିରରେ ରତ୍ନଭଣ୍ଡାର ଗଣତି ମଣତି ଟିମ

ପୁରୀ : ଆଜିଠାରୁ ପୁଣିଥରେ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନ ଅଳଙ୍କାର ଗଣତି ମଣତି । ଅଧ୍ୟକ୍ଷଙ୍କ ସମେତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ଏସପି ଉପସ୍ଥିତ ଅଛନ୍ତି । ଆଜି ଏବଂ ଆସନ୍ତାକାଲି ଦୁଇଦିନ ଧରି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ଗଣତି ମଣତି କାର୍ଯ୍ୟ କରାଯିବ ।  ସମସ୍ତ ଅଳଙ୍କାରର ଥ୍ରୀଡି ମ୍ୟାପିଂ ସହ ସିସିଟିଭି ସର୍ଭେଲାନ୍ସ ରେ ଗଣତି ମଣତି କରାଯିବ ।

ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଛତିଶା ନିଯୋଗ ମହାନାୟକ, ଦେଉଳକରଣ, ତଢ଼ଉକରଣ, ଭଣ୍ଡାର ମେକାପଙ୍କ ଉପସ୍ଥିତିରେ ଗଣତି ମଣତି କାର୍ଯ୍ୟ କରାଯିବ। ପୂର୍ବରୁ ଚଳନ୍ତି ଭଣ୍ଡାର ଓ ବାହାର ଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ସରିଛି । ଏହାପରେ ଭିତର ଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଆରମ୍ଭ ହୋଇଥିଲା ।

ଠାକୁରଙ୍କ ସ୍ବତନ୍ତ୍ର ନୀତି କାନ୍ତି ଓ ଭକ୍ତଙ୍କ ପ୍ରବଳ ସମାଗମ ଯୋଗୁଁ କିଛି ମାସ ଧରି ଗଣତି ମଣତି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା । ରତ୍ନ ଅଳଙ୍କାର ଗଣତି ମଣତିରେ ସ୍ୱଚ୍ଛତା ପାଇଁ ସିସିଟିଭି କ୍ୟାମେରା, ଭିଡିଓଗ୍ରାଫି, ଫଟୋଗ୍ରାଫି ସହ ରତ୍ନ ଅଳଙ୍କାରର ଥ୍ରୀଡି ସ୍କାନିଙ୍ଗ୍ କରାଯାଉଛି। ଗଣତି ମଣତି ବେଳେ ଶ୍ରଦ୍ଧାଳୁମାନେ ବାହାର କାଠ ନିକଟରୁ ଦର୍ଶନ କରିପାରିବେ । ସରକାରଙ୍କ ଏସଓପି ଆଧାରରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସମସ୍ତ କାର୍ଯ୍ୟ କରାଯାଉଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)