ଶ୍ରୀଜଗନ୍ନାଥ ମନ୍ଦିରର ଜମାରାଶି

Sep 02, 2026 - 12:21
ଶ୍ରୀଜଗନ୍ନାଥ ମନ୍ଦିରର ଜମାରାଶି

nanନନ୍ଦିଘୋଷ ବ୍ୟୁରୋ : ଶ୍ରୀଜଗନ୍ନାଥ ମନ୍ଦିରରେ  ୩ ଟି ଯୋଜନାରେ ୧୮୧୧ କୋଟି ୯ ଲକ୍ଷ ୫୮ ହଜାର ୨୮୩ ଟଙ୍କା ସ୍ଥାୟୀ ଜମାରେ ରଖାଯାଇଛି। ଏଥି ମଧ୍ୟରୁ ବିଭିନ୍ନ ରାଷ୍ଟ୍ରୟତ୍ତ ବ୍ୟାଙ୍କମାନଙ୍କରେ ୧୩୧୧ କୋଟି ୯ ଲକ୍ଷ ୫୮ ହଜାର ୨୮୩ ଟଙ୍କା ଏବଂ ଶ୍ରୀଜଗନ୍ନାଥ ମନ୍ଦିରର ପି.ଏଲ୍ ଆକାଉଣ୍ଟରେ ଓଡ଼ିଶା ସରକାରଙ୍କ ପ୍ରଦତ୍ତ ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ରଖାଯାଇଛି। ଗତ ଅଗଷ୍ଟ ୩୧ ସୁଦ୍ଧା ଏହି ଜମା ରାଶି ରହିଛି ବୋଲି ସୂଚନା ଦେଇଛି ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ।

ଶ୍ରୀଜଗନ୍ନାଥ ମନ୍ଦିରର ଆୟ ମୁଖ୍ୟତଃ ଭକ୍ତଙ୍କ ଦାନ, ଶ୍ରୀମନ୍ଦିର ଖଣିଖାଦାନ, ସ୍ଥାୟୀ ଜମାରେ ରଖାଯାଇଥିବା ଅର୍ଥର ସୁଧ, ଜମି ବିକ୍ରି ଓ ଜମି ଅଧିଗ୍ରହଣ ଏବଂ ସରକାରୀ ଅନୁଦାନରୁ ହୋଇଥାଏ। ଏହି ଆୟର କିଛି ନିର୍ଦ୍ଦିଷ୍ଟ ଅଂଶ କର୍ପସ ପାଣ୍ଠି  ହିସାବରେ ଏବଂ ଅନ୍ୟ ଏକ ଅଂଶ ଫାଉଣ୍ଡେସନ ପାଣ୍ଠି ହିସାବରେ ସ୍ଥାୟୀ ଜମାରେ ରଖାଯାଇଥାଏ। ଅବଶିଷ୍ଟ ଆୟ ମନ୍ଦିର ପାଣ୍ଠି ହିସାବରେ ରଖାଯାଇଥାଏ। ଶ୍ରୀମନ୍ଦିରର ଦୈନନ୍ଦିନ ଖର୍ଚ୍ଚ ଉକ୍ତ ମନ୍ଦିର ପାଣ୍ଠିରୁ ହୋଇଥାଏ ଏବଂ ବଳକା ମନ୍ଦିର ପାଣ୍ଠି ଅର୍ଥକୁ ସ୍ଥାୟୀ ଜମା ହିସାବରେ ରଖାଯାଏ।

ଏହି ସମସ୍ତ ସମ୍ପତ୍ତିର ସ୍ୱଚ୍ଛ, ସଠିକ୍ ପରିଚାଳନା କରିବା ହେଉଛି ଶ୍ରୀମନ୍ଦିର ପ୍ରଶାସନର ପ୍ରମୁଖ ଦାୟିତ୍ୱ। ଏତଦ୍ ବ୍ୟତୀତ ଶ୍ରୀଜଗନ୍ନାଥ ମନ୍ଦିରର ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟମାନଙ୍କରେ ୧୦୦ କୋଟି ୭୦ ଲକ୍ଷ ୬୬ ହଜାର ୮୬୮ ଟଙ୍କା ରହିଛି। ଶ୍ରୀମନ୍ଦିରର ପରିଚାଳନାରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ବଜାୟ ରଖିବା ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ଲକ୍ଷ୍ୟ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)