PUCC: କୋହଳ ହେଲା ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍‌ ଜରିମାନା

Sep 02, 2026 - 13:04
PUCC: କୋହଳ ହେଲା ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍‌ ଜରିମାନା

"ଭୁବନେଶ୍ବର: ଗାଡ଼ି ଚାଳକଙ୍କୁ ଆଶ୍ବସ୍ତି।

ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍‌ (ପିୟୁସିସି) ଜରିମାନା ହ୍ରାସ କରିଛନ୍ତି ରାଜ୍ୟ ସରକାର।

କୋହଳ ହୋଇଛି ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍‌ (ପିୟୁସିସି) ଜରିମାନା।

ନୂତନ ଧାର୍ଯ୍ୟ ଜରିମାନା ଅନୁଯାୟୀ, ବାଇକ୍‌ ଚାଳକ ପ୍ରଥମ ଥର ଧରାପଡ଼ିଲେ ୧ ହଜାର ଟଙ୍କା, ଦ୍ବିତୀୟ ଥର ଧରାପଡ଼ିଲେ ୨ ହଜାର ଟଙ୍କା ଜରିମାନା ଦେବେ।

ସେହିପରି ତିନି ଚକିଆ ଗାଡ଼ି ଚାଳକ ପ୍ରଥମ ଥର ଧରାପଡ଼ିଲେ ୧ ହଜାର ଟଙ୍କା ଓ ୨ୟ ଥର ଧରାପଡ଼ିଲେ ୨ ହଜାର ଟଙ୍କା ଦେବେ।

ସେହିପରି ଟ୍ରାକ୍ଟର, ଟ୍ରେଲର ଗାଡ଼ି ପାଇଁ ପ୍ରଥମ ଥର ଧରାପଡ଼ିଲେ ୨ ହଜାର ଟଙ୍କା।

୨ୟ ଥର ଧରାପଡ଼ିଲେ ୫ ହଜାର ଟଙ୍କା ଜରିମାନା ଦେବାକଚୁ ପଡ଼ିବ।

ଅନ୍ୟାନ୍ୟ ଗାଡ଼ି ପ୍ରଥମ ଥର ଧରାପଡ଼ିଲେ ୩ ହଜାର ଟଙ୍କା, ୨ୟ ଥର ଧରାପଡ଼ିଲେ ୬ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ।Advertisment ସୂଚନାଯୋଗ୍ୟ, ଓଡ଼ିଶାରେ ପିୟୁସିସି ନଥିଲେ ସର୍ବାଧିକ ୧୦ ହଜାର ଟଙ୍କା ଜରିମାନା ଲାଗୁ କରାଯାଇଥିଲା।

ଏନେଇ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା।

ଏହାକୁ ଆଖି ଆଗରେ ରଖି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଆଜି ଭୁବନେଶ୍ୱରରେ ଏ ସଂପର୍କରେ ଘୋଷଣା କରିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)