IPL ୨୦୨୭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର କୋଚିଂ ଷ୍ଟାଫ୍ ପରିବର୍ତ୍ତନ, ଉଥପ୍ପାଙ୍କୁ ବ୍ୟାଟିଂ କୋଚ୍ ଦାୟିତ୍ବ

Oct 30, 2026 - 16:53
IPL ୨୦୨୭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର କୋଚିଂ ଷ୍ଟାଫ୍ ପରିବର୍ତ୍ତନ, ଉଥପ୍ପାଙ୍କୁ ବ୍ୟାଟିଂ କୋଚ୍ ଦାୟିତ୍ବ

ନନ୍ଦିଘୋଷ ବ୍ୟୁରୋ: ପାଞ୍ଚ ପାଞ୍ଚ ଥର ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ୧୯ତମ ସିଜିନ୍ ପୂର୍ବରୁ ଶୁକ୍ରବାର ପ୍ରଶିକ୍ଷକ ଦଳରେ ବଡ଼ ପରିବର୍ତ୍ତନ କରିଛି । ଦଳ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍ ରବିନ୍ ଉଥାପ୍ପାଙ୍କୁ ବ୍ୟାଟିଂ ପ୍ରଶିକ୍ଷକ ଭାବେ ନିଯୁକ୍ତ କରିଛି। ଉଥାପ୍ପାଙ୍କ ବ୍ୟତୀତ ନ୍ୟୁଜିଲ୍ୟାଣ୍ଡର ମିଚେଲ୍ ମ୍ୟାକକ୍ଲେନାଘନଙ୍କୁ ବୋଲିଂପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯାଇଛି । ଏହା ସହ ପୂର୍ବତନ ଭାରତୀୟ ଦଳର ଫିଲ୍ଡିଂ ପ୍ରଶିକ୍ଷକ ଟି. ଦିଲୀପଙ୍କୁ ସମାନ ଭୂମିକାରେ ନିଯୁକ୍ତ କରାଯାଇଛି। ଫ୍ରାଞ୍ଚାଇଜ୍ ଧାୱଲ କୁଲକର୍ଣ୍ଣିଙ୍କୁ ଡ଼େଭେଲପମେଣ୍ଟ ବୋଲିଂ ପ୍ରଶିକ୍ଷକ ଭାବେ ନିଯୁକ୍ତ କରିଛି । ଗତ ସପ୍ତାହରେ ମାହେଲା ଜୟବର୍ଦ୍ଧନେଙ୍କ ସ୍ଥାନରେ ପୋଲାର୍ଡଙ୍କୁ ମୁଖ୍ୟ ଭାବେ ନିଯୁକ୍ତ କରିବା ପରେ ‌ଗୁରୁବାର ବୋଲିଂ ପ୍ରଶିକ୍ଷକ ଲସିତ ମାଲିଙ୍ଗା, ପାରାସ ମହାମ୍ବ୍ରେ ଓ ଫିଲ୍ଡଂ ପ୍ରଶିକ୍ଷକ କାର୍ଲ ହୋପକିନ୍‌ସନ୍‌ଙ୍କ ସହ ଚୁକ୍ତି ସମାପ୍ତ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ।

ଏନେଇ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରାଯାଇଛି । ଏଥିରେ ଲେଖାଯାଇଛି, ‘ପ୍ରଥମ ସିଜିନର ଠାରୁ ବର୍ତ୍ତମାନ ଅଭିଜ୍ଞତାର ସହ ଫେରିବା ପର୍ଯ୍ୟନ୍ତ, ରବିନଙ୍କର ଖେଳରେ ଗଭୀର ଦକ୍ଷତା ରହିଛି ।  ଯୁବ ଖେଳାଳିମାନଙ୍କୁ ମାର୍ଗଦର୍ଶନ କରିବା ପାଇଁ ରବିନ ଦଳରେ ଯୋଗ ଦେଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ଆପଣଙ୍କୁ ପୁଣି ଥରେ ସ୍ୱାଗତ କରୁଛି ରବିନ’ । ମୁମ୍ବାଇ ପକ୍ଷରୁ ରବିନ ଉଥାପ୍ପା ୧୪ଟି ମ୍ୟାଚ୍ ଖେଳିଥିବା ବେଳେ ଷ୍ଟ୍ରାଇକରେଟରେ ୩୨୦ ରନ୍ ସଂଗ୍ରହ କରିଥିଲେ । ଉଥାପ୍ପା କେବଳ ୨୦୦୮ ପ୍ରଥମ ସିଜିନରେ ମୁମ୍ବାଇ ସହ ଥିଲା ବେଳେ ମ୍ୟାକ୍‌କ୍ଲିନାଘନ ୨୦୧୫ରୁ ୨୦୧୯ ପର୍ଯ୍ୟନ୍ତ ମୁମ୍ବାଇ ପକ୍ଷରୁ ୫୬ ମ୍ୟାଚ୍‌ ଖେଳି ୭୧ ୱିକେଟ୍‌ ଅକ୍ତିଆର କରିଥିଲେ। ଏହାପରେ ସେ ୫ ଆଇପିଏଲ୍‌ ଫ୍ରାଞ୍ଚାଇଜିରୁ ଖେଳିଥିଲେ।

ପ୍ରକାଶଥାଉ କି, କୋଲକାତା ନାଇଟ୍‌ ରାଇର୍ଡ ୨୦୧୪ ଓ ଚେନ୍ନାଇ ସୁପର କିଙ୍ଗ୍ସ ୨୦୨୧ ବିଜେତା ଦଳର ଉଥପ୍ପା ସଦସ୍ୟ ଥିଲେ। ସେ ୨୦୫ ଆଇପିଏଲ୍‌ ମ୍ୟାଚ୍‌ରୁ ୪୯୫୨ ରନ୍‌ କରିଛନ୍ତି । ଭାରତ ପକ୍ଷରୁ ୧୨ ଦିନିକିଆ ଓ ୨ ଟ୍ବେଣ୍ଟି-୨୦ ଖେଳିଥିବା କୁଲକର୍ଣ୍ଣି ମଧ୍ୟ ୨୦୦୮ରୁ ୨୦୧୩ ଓ ଏହା ପରେ ୨୦୨୦ ଓ ୨୦୨୧ରେ ମୁମ୍ବାଇ ପକ୍ଷରୁ ଖେଳିଥିଲେ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)