ରାଜରାସ୍ତାରେ ଶିକ୍ଷକ, ତୃତୀୟ ଦିନରେ ବି ଆନ୍ଦୋଳନ ଜାରି

Aug 18, 2026 - 11:03
ରାଜରାସ୍ତାରେ ଶିକ୍ଷକ, ତୃତୀୟ ଦିନରେ ବି ଆନ୍ଦୋଳନ ଜାରି
ନନ୍ଦିଘୋଷ ବ୍ୟୁରୋ; ରାଜଧାନୀରେ ଶିକ୍ଷକଙ୍କ ବିଶାଳ ଗଣଧାରଣା ଆଜି ତୃତୀୟ ଦିନରେ ପହଞ୍ଚିଛି। ଅହୋରାତ୍ର ଧାରଣାରେ ବସିଛନ୍ତି ସ୍କୁଲ, କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ। ଦିନକ ପୂର୍ବରୁ ସରକାରଙ୍କ ସହ ସଂଘର ଆଲୋଚନା ହୋଇଥିଲେ ମଧ୍ୟ ଏହା ବିଫଳ ହୋଇଥିଲା। ଲିଖିତ ପ୍ରତିଶ୍ରୁତି ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଶିକ୍ଷକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ଗତ ୩ ଦିନ ଧରି ହକ୍ ପାଇଁ ରାଜରାସ୍ତାରେ ଶିକ୍ଷକ। ବର୍ଷାରେ ଭିଜି ମଧ୍ୟ ଗାନ୍ଧିମାର୍ଗରେ ଅହୋରାତ୍ର ଧାରଣା ଜାରି ରଖିଛନ୍ତି। ଓଡ଼ିଶା ସ୍କୁଲ, କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଡାକରାରେ ଏକାଠି ହୋଇଛନ୍ତି ଅଣଅନୁଦାନପ୍ରାପ୍ତ ଓ ଅନୁଦାନପ୍ରାପ୍ତ ସ୍କୁଲ-କଲେଜର ଶିକ୍ଷକ ଓ କର୍ମଚାରୀ।

ସେପଟେ ଶିକ୍ଷକମାନେ ରାସ୍ତାରେ ଧାରଣା ଦେଇଥିବାରୁ ପିଲାଙ୍କ ପାଠପଢ଼ା ମଧ୍ୟ ପ୍ରଭାବିତ ହୋଇଛି। ପାଳି କରି ଶିକ୍ଷକମାନେ ଧାରଣାସ୍ଥଳକୁ ଆସୁଥିବାରୁ ଅଳ୍ପ ସଂଖ୍ୟକ ଶିକ୍ଷକଙ୍କୁ ନେଇ ବିଦ୍ୟାଳୟ ଓ କଲେଜରେ ପାଠପଢ଼ା ଚାଲିଛି। ଆଉ ମାତ୍ର ମାସେ ପରେ ପରୀକ୍ଷା ଥିବାରୁ ପାଠପଢ଼ା ପ୍ରଭାବିତ ହେବାକୁ ନେଇ ଚିନ୍ତା ବଢ଼ିଛି। ଏଭଳି ସ୍ଥିତିରେ ପିଲାଙ୍କ ଭବିଷ୍ୟତ ସହ କାହିଁକି ଖେଳ ହେଉଛି, ସେନେଇ ମଧ୍ୟ ପ୍ରଶ୍ନ ଉଠିଛି।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media