ଭଜା ମଟନ ଝୋଳ

Nov 25, 2026 - 13:58
ଭଜା ମଟନ ଝୋଳ

 

ସାମଗ୍ରୀ _ ମଟନ, ଅରଦା, ରସୁଣ, ପିଆଜ, ଜୀରା ଗୁଣ୍ଡ, ଧନିଆ ଗୁଣ୍ଡ, ମିଟ ମସଲା, ଲୁଣ, ହଳଦୀ, ତେଲ, ଗୋଟା ଗରମ ମସଲା, ଡାଲଚିନି, ଗୁଜୁରାତି, ଧନିଆ ପତ୍ର, ଘିଅ ।

ପ୍ରଣାଳୀ _ ପ୍ରଥମେ ମାଂସକୁ ତେଲ, ଲୁଣ ଓ ହଳଦୀ ଦେଇ ଗୋଳାଇ ରଖି ନିଅନ୍ତୁ । ଏହାପରେ ଅଳ୍ପ ରସୁଣକୁ ଛେଚି ନିଅନ୍ତୁ ଏବଂ ଅଳ୍ପ ପିଆଜ କାଟନ୍ତୁ । ଏହି ରସୁଣ ଛେଚା ଓ ପିଆଜ ଦେଇ ପ୍ରଥମେ ମାଂସକୁ ଭଲକରି ଭାଜି ନିଅନ୍ତୁ । ମାଂସରୁ ପାଣି ମରିବା ପର୍ଯ୍ୟନ୍ତ ଏହାକୁ ଭାଜି କାଢି ଦିଅନ୍ତୁ । ଏହାପରେ ପ୍ରେସରରେ ତେଲ ଗରମ କରି ଏଥିରେ ଗୋଟା ଗରମ ମସଲା ପକାନ୍ତୁ । ଏହାପରେ କଟା ପିଆଜ ପକାଇ ଭାଜନ୍ତୁ । ପିଆଜ ଭାଜିହେବା ପରେ ଏଥିରେ ଅଦା ଓ ରସୁଣ ବଟା ଦେଇ କସନ୍ତୁ । ପରେ ଏଥିରେ ସମସ୍ତ ଗୁଣ୍ଡ ମସଲା ଦେଇ ଭଲଭାବେ କଷନ୍ତୁ । କିଛି ସମୟ ପରେ ଏଥିରେ ଭଜା ହୋଇଥିବା ମଟନ ପକାଇ କସନ୍ତୁ । ଚାହିଁବେ ଯଦି ଭଜା ଆଳୁ ପକାଇ ପାରିବେ । ମାଂସ ଭଲଭାବେ କସି ହେବା ପରେ ଏଥିରେ ଅଳ୍ପ ଘିଅ ପକାନ୍ତୁ ଏବଂ ପାଣି ଦେଇ ପ୍ରେସରର ସିଟି ଦିଅନ୍ତୁ । ମାଂସ ଭଲକରି ସିଝିବା ପରେ ଶେଷରେ ଏଥିରେ ଗୁଣ୍ଡ ଗରମ ମସଲା ଏବଂ ଗୁଣ୍ଡ ଡାଲଚିନି ଓ ଗୁଜୁରାତି ପକାନ୍ତୁ । ଶେଷରେ ଧନିଆ ପତ୍ର ପକାଇ ପ୍ରସ୍ତୁତ କରନ୍ତୁ ଭଜା ମଟନ ଝୋଳ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)