ଭଙ୍ଗା ଘରେ ବିତୁଛି ଜୀବନ
ଏରସମା: ବାପା ମାଆଙ୍କ ମୃତ୍ୟୁ ପରେ ବେସାହାରା ୩ ଭଉଣୀ । ଭଙ୍ଗା ଘରେ ଜେଜେ ମାଆଙ୍କ ଭରସାରେ ବିତୁଛି ଜୀବନ ।… ଜଗତସିଂହପୁର ଏରସମା ବ୍ଲକ ଆମ୍ବିକି ପଞ୍ଚାୟତ ବାଘାଡି ଆଦିବାସୀ ପଡ଼ାରୁ ଆସିଛି ହୃଦୟବିଦାରକ ଦୃଶ୍ୟ । ଛୋଟ ବେଳୁ ହିଁ ଲକ୍ଷ୍ମୀ, ସରସ୍ୱତୀ ଓ ପୂଜା ମହାଲିଙ୍କ ମୁଣ୍ଡ ଉପରୁ ହଟିଯାଇଛି ବାପା ମାଆଙ୍କ ହାତ । ଏବେ ତିନି ଭଉଣୀ ଏକମାତ୍ର ବୃଦ୍ଧା ଜେଜେ ମାଆଙ୍କ ଆଶ୍ରାରେ ଦିନ କାଟୁଛନ୍ତି ।…
ଜେଜେ ମାଆ ମାଳତୀ ମହାଲିଙ୍କୁ ମାସିକ ହଜାରେ ଟଙ୍କା ଭତ୍ତା ମିଳୁଛି । ମାଳତୀ ଏବଂ ଜଣେ ନାତୁଣୀଙ୍କୁ ମିଳୁଥିବା ମୋଟ ୧୦ କିଲୋ ଚାଉଳରେ ଚାଲୁଛି ଚାରି ପ୍ରାଣୀଙ୍କ ସଂସାର । ଅନ୍ୟ ଦୁଇ ଭଉଣୀଙ୍କୁ ରାସନ ମିଳୁନି । ଫଳରେ ଓଳିଏ ଖାଇଲେ ଓଳିଏ ଉପାସରେ ଦିନ କାଟୁଛନ୍ତି । ପଡୋଶୀଙ୍କ ପୁରୁଣା ପୋଷାକ ଆଣି ପିନ୍ଧୁଛନ୍ତି । ଜାତିଗତ ପ୍ରମାଣପତ୍ର ସମସ୍ୟା ଯୋଗୁଁ ଉଚ୍ଚଶିକ୍ଷାରୁ ମଧ୍ୟ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି ।…
ଯେଉଁ ବୟସରେ ପାଠପଢ଼ି ଭବିଷ୍ୟତ ଗଢ଼ିବା କଥା । ସେହି ବୟସରେ ପେଟକୁ ଦାନା ଗଣ୍ଡେ ମିଳୁନାହିଁ । କେବେ ବେସାହାର ୩ ଭଉଣୀଙ୍କୁ ମିଳିବ ସରକାରୀ ସୁବିଧା ? ତାହା ଦେଖିବାକୁ ବାକି ରହିଲା ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
