ହୀରାକୁଦ ଜଳଭଣ୍ଡାର ଘରୋଇକରଣକୁ ନେଇ ତେଜିଲା ବିବାଦ

Nov 27, 2026 - 19:38
ହୀରାକୁଦ ଜଳଭଣ୍ଡାର ଘରୋଇକରଣକୁ ନେଇ ତେଜିଲା ବିବାଦ

ସମ୍ବଲପୁର: ହୀରାକୁଦର ସୁରକ୍ଷା ପାଇଁ ତେଜୁଛି ଦାବି । ଘରୋଇକରଣ ଚକ୍ରାନ୍ତକୁ ବିରୋଧ । ପ୍ରଭାବିତ ହେବେ ମତ୍ସ୍ୟଜୀବୀ ଓ ପରିବେଶ ଉପରେ ପଡ଼ିବ ପ୍ରଭାବ । ଷଡ଼ଯନ୍ତ୍ରରୁ ଓହରି ଯିବାକୁ ଦାବି କଲେ ସମ୍ବଲପୁରବାସୀ । ହୀରାକୁଦ ଜଳଭଣ୍ଡାର କେବଳ ଏକ ଜଳସମ୍ପଦ ନୁହେଁ, ବରଂ ପଶ୍ଚିମ ଓଡ଼ିଶାର ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଜୀବିକା ସହ ଜଡ଼ିତ । ଏହି ଜଳଭଣ୍ଡାରର ଘରୋଇକରଣ କରିବାକୁ ହେଉଥିବା ଚକ୍ରାନ୍ତକୁ ନେଇ ତୀବ୍ର ହୋଇଛି ଅସନ୍ତୋଷ । କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଜଳଭଣ୍ଡାରକୁ ଘରୋଇ ସଂସ୍ଥା ହାତକୁ ଦେବାକୁ ଯୋଜନା କରୁଥିବା ଅଭିଯୋଗ କରିଛନ୍ତି ହିନ୍ଦ୍ ମଜଦୂର ସଭାର ରାଜ୍ୟ ପରିଷଦ ସଭାପତି ବିଜୟ ମହାନ୍ତି । ଏହାଦ୍ୱାରା ଚାଷୀ ଓ ମତ୍ସ୍ୟଜୀବୀଙ୍କ ସ୍ୱାର୍ଥ କ୍ଷୁଣ୍ଣ ହେବା ସହ ଓଡ଼ିଶାର ଚାଷୀକୂଳ କ୍ଷତି ସହିବେ । ଏହାସହ ଏହାର ପରିବେଶ ଉପରେ ପଡ଼ିବ ପ୍ରଭାବ । ଏସବୁ ଜାଣି ସୁଦ୍ଧା ରାଜ୍ୟ ଓ କେନ୍ଦ୍ର ସରକାର କାହିଁକି ଜଳଭଣ୍ଡାକୁ ବିକ୍ରି କରି ଦେବାକୁ ଷଡ଼ଯନ୍ତ୍ର କରୁଥିବା ସେ ଅଭିଯୋଗ କରିଛନ୍ତି ।

ବରିଷ୍ଠ ବିଜେଡି ନେତା ସଞ୍ଜିତ ମହାନ୍ତି ମଧ୍ୟ ଏହି ପ୍ରସଙ୍ଗରେ ସରକାରଙ୍କୁ କଡ଼ା ଚେତାବନୀ ଦେଇଛନ୍ତି । ଜଳଭଣ୍ଡାରକୁ ଘରୋଇକରଣ କରିବା ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଥିବା ସେ ଅଭିଯୋଗ କରିଛନ୍ତି । ଏଭଳି ନିଷ୍ପତ୍ତିକୁ ସମ୍ବଲପୁରବାସୀ କୌଣସି ପରିସ୍ଥିତିରେ ଗ୍ରହଣ କରିବେ ନାହିଁ । ଘରୋଇ କମ୍ପାନୀର ହସ୍ତକ୍ଷେପ ବଢ଼ିଲେ ବଡ଼ ବଡ଼ ଶିଳ୍ପସଂସ୍ଥାର ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ମିଳିବ ଏବଂ ଓଡ଼ିଶାର ଜୀବନରେଖା ପ୍ରଦୂଷିତ ହେବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି । ବିଶେଷ କରି ଝାରସୁଗୁଡ଼ା ଜିଲ୍ଲାର ଲଖନପୁର୍, ସମ୍ବଲପୁର ଜିଲ୍ଲା ସମେତ ବରଗଡ଼ ଜିଲ୍ଲାର ଅନେକ ଚାଷୀ ଓ ମତ୍ସ୍ୟଜୀବୀ ସିଧାସଳଖ ଏହାଦ୍ବାରା ପ୍ରଭାବିତ ହେବେ । ଯଦି ସରକାର କିଛି ଚିନ୍ତା ନକରି ଆଗକୁ ବଢ଼ିବେ ତାହେଲେ ସମ୍ବଲପୁରବାସୀ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ସେ କହିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)