ବିଲେଇ ସମ୍ମାନରେ ପ୍ରତିମୂର୍ତ୍ତି ସ୍ଥାପନ
ଇଂଲଣ୍ଡର ଡରଚେଷ୍ଟର ସହରର ବାସିନ୍ଦାଙ୍କ ପ୍ରିୟ ‘ସୁଜି’ ନାମକ ବିଲେଇର ସମ୍ମାନରେ ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ଯାହାର ଉନ୍ମୋଚନ ଉତ୍ସବରେ ବହୁ ଲୋକ ଯୋଗ ଦେଇଥିଲେ ହେଲେ ଉକ୍ତ ବିଲେଇଟି ଏହି ଉତ୍ସବରେ ଅନୁପସ୍ଥିତ ଥିଲା । ସୂଚନା ଅନୁସାରେ ବର୍ଷାରୁ ରକ୍ଷା ପାଇବା ପାଇଁ ସୁଜି ପାଖରେ ଥିବା ଏକ ସୁପରମାର୍କେଟରେ ଆଶ୍ରୟ ନେଇଥିଲା, ତେଣୁ ସେ ସେଠାରେ ପହଞ୍ଚି ପାରି ନଥିଲା । ଏଥିରେ ତା’ର ମାଲିକାଣୀ ଜେନି ଗ୍ରେଭସ୍ ଉପସ୍ଥିତ ଥିଲେ । ଡରଚେଷ୍ଟରର ବିଭିନ୍ନ ସ୍ଥାନରେ ପ୍ରାୟତଃ ଦେଖାଯାଉଥିବା ସୁଜିକୁ ସହରବାସୀ ବେଶ୍ ଭଲ ଭାବେ ଜାଣିଛନ୍ତି, ସେ ସମସ୍ତଙ୍କର ଖୁବ ପ୍ରିୟ । ତାର ଏକ ଫେସବୁକ୍ ଗ୍ରୁପ୍ ରହିଛି ଯେଉଁଥିରେ ସହରବାସୀ ସାମିଲ ଅଛନ୍ତି । ସେହିଭଳି ସ୍ଥାନୀୟ କଳାକାରମାନେ ‘ସୁଜି – ନଟ୍ ଲଷ୍ଟ, ଜଷ୍ଟ ଆଡଭେଞ୍ଚରସ୍’ ନାମକ ଏକ ପୁସ୍ତକ ମଧ୍ୟ ଲେଖିଛନ୍ତି । କଳାକାର ଆମା ମେନେକଙ୍କ ଦ୍ୱାରା ବ୍ରୋଞ୍ଜରେ ନିର୍ମିତ ଏହି ପ୍ରତିମୂର୍ତ୍ତିକୁ ସହରର ‘ଜୁଲିଆସ୍ ହାଉସ୍’ ଚାରିଟି ବାହାରେ ସ୍ଥାପନ କରାଯାଇଛି । ପ୍ରତିମୂର୍ତ୍ତିରେ ସୁଜି ଉପରେ ଲେଖା ଏକ କବିତାକୁ ମଧ୍ୟ ସ୍ଥାନ ଦିଆଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
