ଦିଘା ମନ୍ଦିରରୁ ହଟିଲା `ଧାମ’ ଶବ୍ଦ
ନନ୍ଦିଘୋଷ ବ୍ୟୁରୋ: ଦିଘା ମନ୍ଦିରରୁ ହଟିଲା `ଧାମ’ ଶବ୍ଦ । ପଶ୍ଚିମବଂଗ ଦିଘା ଜଗନ୍ନାଥ ମନ୍ଦିରରୁ `ଧାମ’ ଶବ୍ଦ ହଟିଲା। ଦିଘା ମନ୍ଦିରର ନାମ ବର୍ତ୍ତମାନ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ହୋଇଛି। ସେହିପରି ପରିସରର ନାମ ଶ୍ରୀ ଶ୍ରୀ ଜଗନ୍ନାଥ କଲ୍ଚରାଲ୍ ସେଣ୍ଟର ରଖାଗଲା। ପ୍ରତିଶୃତି ପୂରଣ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ନାମ ପରିବର୍ତ୍ତନ ସମ୍ପର୍କରେ ପଶ୍ଚିମବଂଗ ସରକାରଙ୍କ ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସ୍ୱାଗତ କରିଛନ୍ତି । ତେବେ ପୁରୀ ଶ୍ରୀଜଗନ୍ନାଥ ଧାମର ମର୍ଯ୍ୟାଦା ଓ ସମ୍ମାନ ରକ୍ଷା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଶୁଭେନ୍ଦୁ । ଏହି ତ୍ୱରିତ ପଦକ୍ଷେପ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଧନ୍ୟବାଦ ଜଣାଇଥିବା ବେଳେ ଏପଟେ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଉଭୟ ସରକାରଙ୍କ ଉଦ୍ୟମ ଯୋଗୁଁ ପଶ୍ଚିମବଙ୍ଗ, ଜଗନ୍ନାଥ ମନ୍ଦିରରେ ଧାମ ହଟିବା ସୁନିଶ୍ଚିତ ହୋଇଛି ବୋଲି ସେ କହିଛନ୍ତି । ତେବେ ନିୟମତଃ ଜଗନ୍ନାଥ ଧାମ ଶବ୍ଦକୁ ଆଉ କେହି ବ୍ୟବହାର କରିପାରିବେ ନାହିଁ । ଜଗନ୍ନାଥ ଧାମର ୱାର୍ଡ ମାର୍କକୁ କପି ରାଇଟ ଅନୁମୋଦନ ମିଳି ସାରିଛି । ଜଗନ୍ନାଥ ମନ୍ଦିର ବିଶ୍ୱରେ ଅନେକ ସ୍ଥାନରେ ରହିଛି । ଜଗନ୍ନାଥ ମନ୍ଦିର କହିବାରେ କୌଣସି ଅସୁବିଧା ନାହିଁ ବୋଲି ସେ କହିଛନ୍ତି ।.. ..
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
