ତବୁଙ୍କ ଓଟିଟି ଡେବ୍ୟୁ
ବଲିଉଡ୍ର ଅଭିଜ୍ଞ ଅଭିନେତ୍ରୀ ତବୁ ୱାଇଆର୍ଏଫ୍ ଏଣ୍ଟରଟେନମେଣ୍ଟ ଏବଂ ନେଟଫ୍ଲିକ୍ସର ଆଗାମୀ ହିନ୍ଦୀ ଅରିଜିନାଲ ଷ୍ଟ୍ରିମିଂ ସିରିଜ୍ ‘ଟନେଲ୍ ମେନ୍’ ରେ ନଜର ଆସିବେ । ତେବେ ଏହି ସିରିଜ ସାହାଯ୍ୟରେ ସେ ନିଜର ପ୍ରଥମ ହିନ୍ଦୀ ଓଟିଟି ସିରିଜ୍ ଡେବ୍ୟୁ କରିବାକୁ ଯାଉଛନ୍ତି। ୨୦୨୩ ନଭେମ୍ବରରେ ଉତ୍ତରାଖଣ୍ଡର ଏକ ଭୁଶୁଡ଼ି ପଡ଼ିଥିବା ସୁଡ଼ଙ୍ଗ ଭିତରେ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ହୋଇଥିବା ଦୀର୍ଘ ଓ କଷ୍ଟସାଧ୍ୟ ଉଦ୍ଧାର କାର୍ଯ୍ୟକୁ ନେଇ ଏହି ସିରିଜଟି ନିର୍ମାଣ କରାଯାଇଛି । ତିନି ଦଶନ୍ଧିରୁ ଅଧିକ ସମୟ ଧରି ହିନ୍ଦୀ ଏବଂ ଆଞ୍ଚଳିକ ଚଳଚ୍ଚିତ୍ରରେ ଦକ୍ଷତାର ସହ ଅଭିନୟ କରିଆସୁଥିବା ତବୁ ‘ମାଚିସ୍’ ଓ ‘ଚାନ୍ଦନୀ ବାର୍’ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି । ତେଣୁ ତାଙ୍କର ଓଟିଟି ଡେବ୍ୟୁ ବର୍ତ୍ତମାନ ତାଙ୍କ ଫ୍ୟାନଙ୍କୁ ଖୁବ ଉତ୍ସାହିତ କରିଛି । ନିଜ ପ୍ରିୟ ଷ୍ଟାରଙ୍କୁ ବର୍ତ୍ତମାନ ୱେବସିରିଜରେ ଦେଖିବାକୁ ସେମାନେ ଉତ୍ସାହିତଥିବା ସୋସିଆଲ ମିଡିଆରୁ ଜଣା ପଡୁଛି । ଅନ୍ୟପଟେ ତବୁ ମଧ୍ୟ ନିଜର ଓଟିଟି ଡେବ୍ୟୁକୁ ନେଇ ଖୁବ ଆଶାବାଦୀ ଅଛନ୍ତି । ବଡପରଦା ଭଳି ଏଠାରେ ମଧ୍ୟ ସେ ଦର୍ଶକଙ୍କ ମନ ଜିତିପାରିବେ ବୋଲି ମତ ରଖିଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
