ଅଗସ୍ତି ଶାଗ
ସାମଗ୍ରୀ _ ଭଜା ମୁଗ ଡାଲି , ନଡିଆ, ସାରୁ, ଅଗସ୍ତି ଶାଗ, ଭଜା ଜୀରା ଗୁଣ୍ଡ, ଘିଅ, ଗୋଟାଜୀରା ।
ପ୍ରଣାଳୀ _ ପ୍ରଥମେ ଅଗସ୍ତି ଶାଗକୁ ଧୋଇ କାଟି ନିଅନ୍ତୁ । ସାରୁ ଓ ମୁଗ ଡାଲିକୁ ସିଝାଇ ରଖନ୍ତୁ । ଏହାପରେ କରେଇରେ ଘିଅ ଜୀରା ଫୁଟଣ କରି ଏଥିରେ କଟା ଅଗସ୍ତି ଶାଗ ପକାଇ ଅଳ୍ପ ସମୟ ପାଇଁ ଭାଜନ୍ତୁ । ଏହା ଭାଜି ହେବାପରେ ଏଥିରେ ସିଝା ଡାଲି ଓ ସାରୁ ପକାନ୍ତୁ । ଅଳ୍ପ ସମୟରେ ଏଥିରେ କୋରା ନଡିଆ ଓ ଗୁଣ୍ଡ ଜୀରା ପକାଇ ପ୍ରସ୍ତୁତ କରନ୍ତୁ ଅଗସ୍ତି ଶାଗ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
