ଡବଲ ଇଞ୍ଜିନ ସରକାରର ଗୋହି ଖୋଳିଲେ ନବୀନ !

Oct 14, 2026 - 21:15
ଡବଲ ଇଞ୍ଜିନ ସରକାରର ଗୋହି ଖୋଳିଲେ ନବୀନ !

ନନ୍ଦିଘୋଷ ବ୍ୟୁରୋ: ଜେନ୍-ଜିଙ୍କ ଭବିଷ୍ୟତ ଅନ୍ଧାର। ଶୁଣୁନାହାନ୍ତି ସରକାର। ଅପାରଗତାରେ ଦେଶରେ ଏକ ନମ୍ବର, ଡବଲ ଇଞ୍ଜିନ ବିଜେପି ସରକାର। ଏପରି ଅଭିଯୋଗ କରି ଆଜି ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ଗର୍ଜିଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସରକାରଙ୍କ ଅପାରଗତା ବିଷୟରେ ଲୋକଙ୍କୁ କରାଇଛନ୍ତି ସଚେତନ। ବିଜେପି ସରକାରରେ କିପରି ଚାଷୀ, ମହିଳା, ମଧ୍ୟବିତ୍ତ ଓ ଗରିବ ହଇରାଣ ହେଉଛନ୍ତି, ସେସବୁ ଟିକିନିଖି କରି ବଖାଣିଛନ୍ତି । ବିଜେଡି ସରକାରରେ ଅନେକ ବିକାଶ ମୂଳକ କାର୍ଯ୍ୟ କରାଯାଇଥିଲା। କିନ୍ତୁ ବିଜେପି କ୍ଷମତାକୁ ଆସିବା ଦିନଠୁ ସବୁ କିଛି ଠପ୍। ଚାଷୀଙ୍କ ସହ ମହିଳା, ଗରିବ ଓ ବୃଦ୍ଧ ବୃଦ୍ଧା ହଇରାଣ ହେଉଛନ୍ତି। ଜେନ୍ ଜିଙ୍କ ଭବିଷ୍ୟତ ଅନ୍ଧାର ହେବାକୁ ବସିଥିବା ବେଳେ, ବଢ଼ି ଚାଲିଛି ଅତ୍ୟାବଶ୍ୟକ ଦ୍ରବ୍ୟର ଦରଦାମ। କିନ୍ତୁ ସବୁ ଜାଣି ଏ ସରକାର ନିଦା ବିଷ୍ଣୁ ସାଜିଛନ୍ତି। ତେଣୁ ଏହି ଅପାରଗ ସରକାରର ମୁଖା ଖୋଲିବାକୁ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ନବୀନ।

ରଥଯାତ୍ରାରେ ତ୍ରୁଟି, ବନ୍ୟା ପ୍ରପୀଡ଼ିତଙ୍କୁ ରିଲିଫ ନମିଳିବା ସହ ଧାନ ସଂଗ୍ରହରେ ବିଫଳ ହୋଇଛି ବିଜେପି। କେନ୍ଦ୍ର ସରକାର ଖଣି ଉପରୁ ଓଡ଼ିଶାବାସୀଙ୍କ ଅଧିକାର ଛଡ଼ାଇ ନେଲେ । କିନ୍ତୁ ଏ ପ୍ରସଙ୍ଗରେ ଓଡ଼ିଶା ସରକାର ନୀରବ ରହିଲେ। ସଂସଦରେ ପାଟି ଫିଟାଇଲେ ନାହିଁ ବିଜେପିର ୨୦ ସାଂସଦ। ତୃଟିପୂର୍ଣ୍ଣ ପାଠ୍ୟପୁସ୍ତକ ସରକାରଙ୍କ ପାରିବା ପଣିଆକୁ ପଦାରେ ପକାଇଛି। ରାଜ୍ୟରେ ରାଜସ୍ବ ସଂଗ୍ରହ କମିଥିବା ବେଳେ, ଖର୍ଚ୍ଚ ହୋଇପାରୁନି ବଜେଟ ଅର୍ଥ। ସେହିପରି ଋଣ ଭାର ବଢ଼ି ଚାଲିଥିବା ବେଳେ, ଟଙ୍କା କୁଆଡ଼େ ଯାଉଛି ବୋଲି ପ୍ରଶ୍ନ କରିଥିଲେ ନବୀନ। ବିଜୁ ବାବୁଙ୍କ ଆଦର୍ଶରେ ରାଜ୍ୟ ସ୍ବାର୍ଥ ପାଇଁ ଲଢ଼େଇ ଜାରି ରଖିବାକୁ ପଦଯାତ୍ରାରେ ଆହ୍ବାନ ଦେଇଛନ୍ତି ନବୀନ।

ତେବେ ବିଜେଡିର ଏହି ଜନସଂପର୍କ ପଦଯାତ୍ରା ମାଧ୍ୟମରେ ଦଳୀୟ କର୍ମକର୍ତ୍ତା ଡବଲ ଇଞ୍ଜିନ ସରକାରର ବିଫଳତାକୁ ପଦାରେ ପକାଇବା ସହ ବିଜେଡି ଶାସନ ସମୟର ସଫଳତା ବାବଦରେ ଲୋକଙ୍କୁ ସଚେତନ କରାଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)