Goud Samaj Demands ୧୧ଟି ଗୌଡ଼ ସମ୍ପ୍ରଦାୟକୁ କନ୍ଧଗୌଡ଼ ଭଳି ଏସ୍‌ଟି ମାନ୍ୟତା ଦେବାକୁ ଦାବି

Oct 14, 2026 - 21:03
Goud Samaj Demands ୧୧ଟି ଗୌଡ଼ ସମ୍ପ୍ରଦାୟକୁ କନ୍ଧଗୌଡ଼ ଭଳି ଏସ୍‌ଟି ମାନ୍ୟତା ଦେବାକୁ ଦାବି

"ନବରଙ୍ଗପୁର(ସୁରେଶ ନାଇଡ଼ୁ);  ଜିଲ୍ଲାରେ ୧୧ଟି ଗୌଡ ସମ୍ପ୍ରଦାୟର ଲକ୍ଷାଧିକ ଲୋକେ ବସବାସ କରୁଛନ୍ତି।

ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରେ ଆଦିବାସୀ, ବନବାସୀଙ୍କ ସହ ମିଶି ସେମାନଙ୍କ ପରି ଚାଳିଚଳଣୀ, ପରମ୍ପରା, ବାହା, ବ୍ରତ, ଜାନିଯାତ୍ରା ଆଦି ଗାଁରେ ରହି ପାଳନ କରୁଛନ୍ତି।

ଏହା ବାଦେ ଏମାନଙ୍କୁ ଆଦିବାସୀ ମାନ୍ୟତା ମିଳିପାରିନି।

ତେବେ ଜିଲ୍ଲାରେ ରହୁଥିବା ଏମାନଙ୍କର ସମ୍ପ୍ରଦାୟ ଓ ଜାତିର ୨ହଜାରରୁ ଊର୍ଦ୍ଧ୍ବ ଗୌଡ଼ ଲୋକଙ୍କୁ ସରକାରୀ ତାଲିକାର ୨୭ନଂ ଅନୁଯାୟୀ, କନ୍ଧଗୌଡ ଭାବେ ଆଦିବାସୀ ମାନ୍ୟତା ଦିଆଯାଇ ପ୍ରମାଣପତ୍ର ଆଦି ମିଳୁଛି।

ସମାନ ଗୌଡ ଲୋକଙ୍କୁ ସରକାର କାହିଁକି ପାତର ଅନ୍ତର କରୁଛନ୍ତି ବୋଲି ଆଜି (ବୁଧବାର) ଏକ ସମ୍ବାଦିକ ସମ୍ମିଳନୀରେ ଉତ୍କଳ ଭାରତ କନ୍ଧ ଗୌଡ ସମାଜ ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି।

Advertisment Gadakana Dumping Yard ଦଶହରାରେ ଗାଡ଼କଣ ଡମ୍ପିଂ ୟାର୍ଡକୁ ଅଳିଆ ଗାଡ଼ି ବନ୍ଦ ଦାବି, ନହେଲେ ଅନଶନ ଚେତାବନୀ ହୋଟେଲ ଉତ୍କଳରେ ଅନୁଷ୍ଠିତ ଏହି ସମ୍ବାଦିକ ସମ୍ମିଳନୀରେ, ସଂଘର ଉପଦେଷ୍ଟା ଦୈତାରୀ ମାଝୀ, ଦୁର୍ଲ୍ଲଭ କନ୍ଧଗୌଡ଼,  ସଭାପତି ଟଙ୍କଧର ଗୌଡ଼, ତ୍ରିନାଥ ମାଝୀ, ସଦନ ଗୌଡ, ସୁରେନ୍ଦ୍ର ଭକ୍ତ, କେଶବ ମାଝୀଙ୍କ ସହ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ପ୍ରତିନିଧି ଓ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

ସଂଘ ପକ୍ଷରୁ କୁହାଯାଇଛି,  ଗୌଡ଼ ଜାତିରେ ଷୋଳଖଣ୍ଡ ଗୌଡ ଠାରୁ ୧୨ଖଣ୍ଡ ଗୌଡ଼ ସମ୍ପୁର୍ଣ୍ଣ ଭିନ୍ନ।

ଅନ୍ୟ ୧୧ ପ୍ରକାର ଗୌଡ଼ ଯେଉଁମାନେ ଆଦିବାସୀଙ୍କ ଭଳି ଚାଳିଚଳଣୀରେ ରହୁଛନ୍ତି ସେମାନେ ହେଲେ କୌଶଲ୍ୟା ଗୌଡ, ଦୁଧ  କହଁରିଆ ଗୌଡ, ମଗଧା ଗୌଡ, ଗୋପପୁରିଆ ଗୌଡ, ଝରିଆ ବା ଝାଲିଆ ଗୌଡ, ବେଳିଆ ଗୌଡ, ଡଙ୍ଗାୟତ ଗୌଡ, ଖଣ୍ଡାୟତ ଗୌଡ, ଯାଚକ ଗୌଡ, ଲରିଆ ଗୌଡ , ଓଡିଆ ଗୌଡ଼।

Anganwadi Workers: ସୁନ୍ଦରଗଡ଼ରେ ଅଙ୍ଗନବାଡ଼ି କର୍ମୀଙ୍କ ବିକ୍ଷୋଭ: ୫୫ ବର୍ଷ ବୟସରେ ଛଟେଇ ନିଷ୍ପତ୍ତି ବନ୍ଦ କରିବାକୁ ଦାବିତେବେ ଜିଲ୍ଲାରେ ବାପା , ଅଜା ଅମଳରୁ ଯେଉଁ ଗୌଡ ମାନେ କନ୍ଧଗୌଡ ଭାବେ ପରିଚିତ ସେମାନଙ୍କୁ ଜିଲ୍ଲାର ବିଭିନ୍ନ ତହସିଲରୁ ଅନୂସୂଚିତ ଜନଜାତି ପ୍ରମାଣପତ୍ର ମିଳିଛି।

ତେବେ ସମାନ ଗୌଡ ସମ୍ପ୍ରଦାୟକୁ କାହିକି ଅନୂସୂଚିତ ଜନଜାତିର ମାନ୍ୟତା ଦିଆଯିବ ନାହିଁ ବୋ‌ଲି ଏମାନେ ପ୍ରଶ୍ନ କରିଛନ୍ତି।

ସେମାନଙ୍କ ଦାବି ପୂରଣ ନହେଲେ, ନବରଙ୍ଗପୁର ସହ ଅଭିବକ୍ତ କୋରାପୁଟ ଜିଲ୍ଲାରେ ବସବାସ କରୁଥିବା ଲୋକେ ଆନ୍ଦୋଳନ କରିବେ ବୋଲି ସଂଘ ଚେତାବନୀ ଦେଇଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)