କୋଟିଆରେ ପଞ୍ଚାୟତ ନିର୍ବାଚନ

Oct 18, 2026 - 19:41
କୋଟିଆରେ ପଞ୍ଚାୟତ ନିର୍ବାଚନ

ଜୟପୁର: କୋଟିଆରେ ପଞ୍ଚାୟତ ନିର୍ବାଚନ। ହେଲେ ଉଠୁଛି ପଡୁଛି ଓଡ଼ିଶାର ରାଜନୀତି। କାରଣ ଏହି ପଞ୍ଚାୟତ ନିର୍ବାଚନ କରାଇବାକୁ ଚେଷ୍ଟା କରୁଛି ଆନ୍ଧ୍ର। ପଞ୍ଚାୟତ ନିର୍ବାଚନ ବାହାନା, ଆନ୍ଧ୍ରର ଅସଲ ନଜର ରହିଛି କୋଟିଆରେ ଥିବା ଖଣିଜ ଓ ପ୍ରାକୃତିକ ସଂପଦ। ଆନ୍ଧ୍ରର ଦାଦାଗିରିକୁ ରୋକିବାରେ ରାଜ୍ୟ ସରକାର ବିଫଳ ହୋଇଥିବା ଅଭିଯୋଗ କରି ବର୍ଷିଛନ୍ତି ବିରୋଧୀ। ଓଡ଼ିଆ ଅସ୍ମିତା ପରିଷଦ ବି ଚିଠି ଲେଖି ପ୍ରତିବାଦ କରିଛି। ଗ୍ରାଉଣ୍ଡ ଜିରୋରେ ପହଞ୍ଚିଛି କଂଗ୍ରେସ। ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛି ବିଜେଡି। କୋଟିରେ ପଞ୍ଚାୟତ ନିର୍ବାଚନ କରାଇବା ପାଇଁ ଆନ୍ଧ୍ର ସରକାର ବିଜ୍ଞପ୍ତି ପ୍ରକାଶ କରିବା ପରେ ସାରା ଓଡ଼ିଶାରେ ତୀବ୍ର ହୋଇଛି ପ୍ରତିବାଦ। ଆନ୍ଧ୍ର ବାରମ୍ଵାର ଅନୁପ୍ରବେଶ କରି କୋଟିଆକୁ ନିଜ କବଜାକୁ ନେବା ପାଇଁ ଚେଷ୍ଟା କରୁଛି, କିନ୍ତୁ ଓଡ଼ିଶା ସରକାର ସବୁ ଜାଣି ଅସମ୍ଭବ ନିରବତା ଅବଲମ୍ବନ କରୁଥିବା ଅଭିଯୋଗ କରିଛନ୍ତି ବିରୋଧୀ।  …

କୋଟିଆ ନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, କୋଟିଆ ଓଡ଼ିଶାର। ଆନ୍ଧ୍ର ଯେଉଁ ଉଦ୍ୟମ କରୁଛି ତାକୁ ପ୍ରତିହତ କରିବାକୁ ଆମେ ସବୁ ପ୍ରକାର ଉଦ୍ୟମ କରିବୁ। ଘଟଣା ଉପରେ ନଜର ରଖିବାକୁ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆନ୍ଧ୍ର ପ୍ରଲୋଭନରେ ଭାସି ନ ଯିବାକୁ ରାଜ୍ୟ ସରକାର କୋଟିଆବାସୀଙ୍କୁ ମଧ୍ୟ ଅପିଲ କରିଛନ୍ତି। ବିରୋଧୀଙ୍କୁ ସାଙ୍ଗରେ ନେଇ କୋଟିଆ ସମସ୍ୟାର ସମାଧାନ କରିବାକୁ ସରକାର ପ୍ରସ୍ତୁତ ଥିବା କହିଛନ୍ତି ସୁରେଶ ପୂଜାରୀ।  …

କୋଟିଆରେ ବାରମ୍ବାର ଅନୁପ୍ରବେଶ କରୁଛି ଆନ୍ଧ୍ର। ମନମୁଖୀ ଭାବେ ବିଭିନ୍ନ କାର୍ଯ୍ୟକ୍ରମ କରୁଛି। ଏବେ ପୁଣି ପଞ୍ଚାୟତ ନିର୍ବାଚନ କରାଇବାକୁ ଚେଷ୍ଟା କଲାଣି। ଆସନ୍ତା ୨୮ ରେ ଭୋଟ ହେବ। ଏହାକୁ ଓଡି଼ଶା ସରକାର କେମିତି ବନ୍ଦ କରିବେ, କେମିତି ରାଜ୍ୟର ସ୍ଵାର୍ଥରକ୍ଷା କରିବେ, ତା ଉପରେ ସମସ୍ତଙ୍କ ନଜର। …

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)