ପୂର୍ବ ଶତୃତାକୁ କେନ୍ଦ୍ରକରି ଜାଳି ଦେଲେ ଗାଡି

Oct 18, 2026 - 23:29
ପୂର୍ବ ଶତୃତାକୁ କେନ୍ଦ୍ରକରି ଜାଳି ଦେଲେ ଗାଡି

ଜଳେଶ୍ୱର : ପୂର୍ବ ଶତୃତାକୁ କେନ୍ଦ୍ରକରି ଜାଳି ଦେଲେ ଗାଡି । କାର, ବାଇକରେ ପେଟ୍ରଲ ଢାଳି ନିଆଁ ଲଗାଇଲେ ୪ ଜଣ ଦୁର୍ବୃତ୍ତ । ପେଟ୍ରଲ ଗନ୍ଧ ହେବାରୁ ପରିବାର ଲୋକ ଉଠି ପଡିବାରୁ ଅଳ୍ପକେ ରକ୍ଷା ପାଇଗଲା ଜୀବନ । ନିଆଁ ଲଗାଇବାର ଭିଡିଓ ସିସିଟିଭିରେ କଏଦ ହୋଇଛି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା କେଶପୁରା ଗ୍ରାମରେ ଘଟିଛି ଏଭଳି ଘଟଣା । ପାଇକାସିଦା ଗାଁର ଦିବ୍ୟ ସ୍ୱରୂପ ସାହୁ, ସୁରଜ ଜେନା ଆଉ ଦୁଇଜଣ ବିଳମ୍ବିତ ରାତିରେ ଘର ଆଗରେ ଥିବା ଦୁଇଟି କାରର କାଚ ଭାଙ୍ଗିବା ସହ ଗାଡିରେ ନିଆଁ ଲଗାଇ ଦେଇଥିବା ନେଇ କମଲୋଚନଙ୍କ ପରିବାର ପକ୍ଷରୁ ଜଳେଶ୍ୱର ଥାନାରେ ଅଭିଯୋଗ କରାଯାଇଛି । ଘଟଣାର ତଦନ୍ତ କରି ଦିବ୍ୟ ସ୍ୱରୂପ ସାହୁ ଓ ବଳରାମ ସାହୁଙ୍କୁ ଗିରଫ କରିଛି ପୋଲିସ । ନିଆଁ ଲାଗିବା ପରେ ପରିବାର ଲୋକ ପାଣି ଢାଳି ନିଆଁ ଲିଭାଇ ଥିଲା ବେଳେ ଜଳେଶ୍ୱର ଥାନା ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଂଚି ତଦନ୍ତ କରିଥିଲା ।…..

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)