ଟି-୨୦ ସିରିଜର ଚତୁର୍ଥ ମ୍ୟାଚ୍ ରେ ଭାରତର ଲଜ୍ଜାଜନକ ପରାଜୟ

Oct 30, 2026 - 23:13
ଟି-୨୦ ସିରିଜର ଚତୁର୍ଥ ମ୍ୟାଚ୍ ରେ ଭାରତର ଲଜ୍ଜାଜନକ ପରାଜୟ

ନନ୍ଦିଘୋଷ ବ୍ୟୁରୋ: ୮୭ ରନ୍ ରେ ହାରିଲା ଟିମ୍ ଇଣ୍ତିଆ । ନ୍ୟୁଜିଲାଣ୍ତ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଚତୁର୍ଥ ମ୍ୟାଚ୍ ରେ ଲଜ୍ଜାଜନକ ପରାଜୟ ବରଣ କରିଛି ଭାରତ । ଶୁକ୍ରବାର ଅକଲ୍ୟାଣ୍ତ ଇଡ଼େନ ପାର୍କରେ ଖେଳାଯାଇଥିବା ଏହି ମ୍ୟାଚ୍ ରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ତ ୨୫୯ ରନ୍ ର ବିଶାଳ ସ୍କୋର କରିଥିଲା । ତେବେ ଏହାର ଜବାବରେ ଭାରତ ୨୦ ଓଭରରେ ୯ ୱିକେଟ୍ ହରାଇ ମାତ୍ର ୧୭୧ ରନ୍ କରିବାକୁ ସକ୍ଷମ ହୋଇଥିଲା । ଏତେ ରନ୍ ବ୍ୟବଧାନରେ ହାରିବା ପରେ ବୋଲରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି କ୍ୟାପ୍ଟେନ ଶ୍ରେୟସ ଆୟର। ଟିମ୍ ର ବୋଲିଂ ଆଶା ଅନୁରୂପ ହେଲା ନାହିଁ। ତେଣୁ ପାୱାର ପ୍ଲେରେ ମ୍ୟାଚ୍ ନ୍ୟୁଜିଲାଣ୍ଡ ପକ୍ଷକୁ ଚାଲିଯାଇିଲା ବୋଲି ସେ କହିଛନ୍ତି।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରେସୟ କହିଛନ୍ତି, “ଆରମ୍ଭରୁ ଆମ ବୋଲିଂ ଟିକେ ଦୁର୍ବଳ ଥିଲା । ପାୱାର ପ୍ଲେରେ ଭାରତୀୟ ବୋଲମାନେ ଖେଳ ନିଜ ପକ୍ଷକୁ ନେବା ଲାଗି ଚେଷ୍ଟା କରିଥିଲେ ହେଲେ ଗ୍ଲେନ୍ ଫିଲିପ୍ସଙ୍କ ଇନିଂସ ଅସାଧାରଣ ରହିଥିଲା। ସେ ଏମିତି କିଛି ଶଟ୍ ମାରିଛନ୍ତି ଯାହାକୁ ଦେଖିଲେ ଖୁସି ଲାଗିବ। ତେଣୁ ତାର ପୂରା ଶ୍ରେୟ ତାଙ୍କୁ ଯାଉଛି। ସେ ପୂରା ସିରିଜରେ ନିରନ୍ତର ଭଲ ପ୍ରଦର୍ଶନ କରି ଆସୁଛନ୍ତି। ତେଣୁ ତାଙ୍କ ଠାରୁ ବହୁତ କିଛି ଶିଖିବାର ରହିଛି’ ।

ତେବେ ଶେଷ ମ୍ୟାଚ୍ ପାଇଁ କ’ଣ ରଣନୀତି ରହିବ ବୋଲି ପ୍ରଶ୍ନ କରାଯିବାରୁ ଶ୍ରେୟସ କହିଛନ୍ତି, ଆମେ କେଉଁ ଦିଗରେ ଭଲ କାମ କରିପାରୁଛୁ ପ୍ରଥମେ ତାହା ବୁଝିବା ଖୁବ ଗୁରୁତ୍ବପୂର୍ଣ୍ଣ । ଏହି ଗ୍ରାଉଣ୍ତ ଟିକେ ଅଲଗା ଥିଲା । କିଛି ଖେଳାଳି ପ୍ରଥମ ଥର ପାଇଁ ଏହି ପଡ଼ିଆରେ ଖେଳୁଥିଲେ । ପରିସ୍ଥିତି ସହ ଖାପଖୁଆଇବା ପାଇଁ ଟିକେ ସମୟ ଲାଗିବ । ସିରିଜରେ ପୂର୍ବରୁ ଖେଳାଯାଇଥିବା ୩ଟି ଯାକ ମ୍ୟାଚ୍ ରେ ଦଳ ଭଳ ପ୍ରଦର୍ଶନ କରିଥିଲା । ଏହା ଏକ ଶିକ୍ଷଣୀୟ ପ୍ରକ୍ରିୟା। ଆଶା କରୁଛୁ ଯେ ଆମେ ଆଗାମୀ ମ୍ୟାଚ୍ ରେ ଗୋଟେ ସକାରାତ୍ମକ ଚିନ୍ତାଧାରା ସହ ସିରିଜକୁ ପ୍ରତ୍ୟାବର୍ତ୍ତନ କରିବୁ” ।

ପ୍ରକାଶଥାଉ କି, ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ରେ ଏହା ଭାରତର ସବୁଠାରୁ ବଡ଼ ପରାଜୟ। ଏହା ପୂର୍ବରୁ ୨୦୧୯ରେ ୱେଲିଂଟନରେ ଭାରତ ନ୍ୟୁଜିଲାଣ୍ଡ ଠାରୁ ୮୦ ରନ୍ ରେ ପରାସ୍ତ ହୋଇଥିଲା।

 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)