ସରିଲା କଟକ ଚୌଦ୍ୱାରର ଐତିହାସିକ ରୂପଯାତ୍ରା, ଭସାଣରେ କମ୍ପିଲା ସମଗ୍ର ଅଞ୍ଚଳ

Oct 30, 2026 - 18:28
ସରିଲା କଟକ ଚୌଦ୍ୱାରର ଐତିହାସିକ ରୂପଯାତ୍ରା, ଭସାଣରେ କମ୍ପିଲା ସମଗ୍ର ଅଞ୍ଚଳ

ନନ୍ଦିଘୋଷ ବ୍ୟୁରୋ: ସରିଲା କଟକ ଚୌଦ୍ୱାର କୁମାର ପୂର୍ଣ୍ଣିମାର ପ୍ରସିଦ୍ଧ ରୂପଯାତ୍ରା। ଭସାଣରେ କମ୍ପିଲା ସମଗ୍ର ଅଞ୍ଚଳ । ପରମ୍ପରା ଆଗରେ ହାର ମାନିଲା ପାଗର ପ୍ରତିକୂଳତା। ବର୍ଷାକୁ ଖାତିର ନକରି ଯାତ୍ରାରେ ସାମିଲ ହେଲେ ହଜାର ହଜାର ଲୋକ। ଶାନ୍ତିଶୃଙ୍ଖଳାର ସହ ବିରୂପା ନଦୀ ନିକଟରେ ଥିବା ଅସ୍ଥାୟୀ ଜଳାଶୟରେ ୪୩ଟି ମେଢ଼ ବିସର୍ଜନ କରାଯାଇଛି ।

ପାରମ୍ପରିକ ବାଦ୍ୟର ତାଳେ ତାଳେ ବିଭିନ୍ନ ପୂଜା ମଣ୍ଡପରୁ ବାହାରିଥିଲା ୪୩ଟି ଦେବାଦେବୀଙ୍କ ମେଢ଼। ଧାଡ଼ି ଧାଡ଼ି ହୋଇ ମେଢ଼ଗୁଡ଼ିକ ବାହାରିଥିଲେ ଭସାଣି ଶୋଭାଯାତ୍ରାରେ । ପରେ ବିରୂପା ନଦୀ କୂଳରେ ନିର୍ମିତ ଅସ୍ଥାୟୀ ପୋଖରୀରେ ମେଢ଼ ବିସର୍ଜନ କରାଯାଇଥିଲା । ଐତିହାସିକ ରୂପଯାତ୍ରାରେ ସାମିଲ ହୋଇଥିବା ବିଭିନ୍ନ ମେଢ଼ କମିଟିକୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଲକ୍ଷାଧିକ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ଯାତ୍ରାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ୧୦ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ୨ ଜଣ ଏଡିସିପି, ୮ ଜଣ ଏସିପି ଓ ୧୦ ଜଣ ଆଇଆଇସିଙ୍କ ନେତୃତ୍ୱରେ ନିୟୋଜିତ ହୋଇଥିଲେ ପୋଲିସ କର୍ମଚାରୀ।

ଯାତ୍ରାରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲେ ମଧ୍ୟ ବର୍ଷା ଯୋଗୁଁ ବ୍ୟବସାୟ ଆଶାନୁରୂପ ହୋଇନଥିବା କହିଛନ୍ତି ବ୍ୟବସାୟୀ। ଲୋକଙ୍କ ଭିଡ଼ ସତ୍ତ୍ୱେ ବ୍ୟବସାୟ ମାନ୍ଦା ହୋଇଥିବାରୁ ନିରାଶ ହୋଇଛନ୍ତି ବ୍ୟବସାୟୀ । ତେବେ ବର୍ଷାର ବାଧା ସତ୍ତ୍ୱେ ଆସ୍ଥା ଓ ଉତ୍ସାହର ସହ ଶେଷ ହୋଇଛି ଚୌଦ୍ୱାର କୁମାର ପୂର୍ଣ୍ଣିମାର ଐତିହାସିକ ରୂପଯାତ୍ରା। ୪୩ ଖଣ୍ଡ ମେଢ଼ର ବିସର୍ଜନ ସହ ଉଦ୍ଯାପିତ ହୋଇଛି ଏହି ପାରମ୍ପରିକ ଉତ୍ସବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)