ଗର୍ଭବତୀ ମହିଳା ପୋଲିସ କର୍ମଚାରୀଙ୍କ ପାଇଁ ବଡ଼ ନିଷ୍ପତ୍ତି: ତୁରନ୍ତ ମିଳିବ ମାତୃତ୍ୱ ଅବକାଶ ଓ ଡେସ୍କ ଡ୍ୟୁଟି

Nov 26, 2026 - 14:24
ଗର୍ଭବତୀ ମହିଳା ପୋଲିସ କର୍ମଚାରୀଙ୍କ ପାଇଁ ବଡ଼ ନିଷ୍ପତ୍ତି: ତୁରନ୍ତ ମିଳିବ ମାତୃତ୍ୱ ଅବକାଶ ଓ ଡେସ୍କ ଡ୍ୟୁଟି

ଭୁବନେଶ୍ୱର: ମହିଳା ପୋଲିସଙ୍କ ପାଇଁ ଓଡ଼ିଶା ପୋଲିସର ବଡ଼ ନିଷ୍ପତ୍ତି । ଓଡ଼ିଶା ପୋଲିସରେ କାର୍ଯ୍ୟରତ ଗର୍ଭବତୀ ମହିଳା କର୍ମଚାରୀ ଓ ନୂତନ ମା'ମାନଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ବିନୟତୋଷ ମିଶ୍ର ମହିଳା ପୋଲିସ କର୍ମଚାରୀଙ୍କ କଲ୍ୟାଣ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଛନ୍ତି। ମହିଳା ପୋଲିସଙ୍କ ପାଇଁ ଅନୁକୂଳ କାର୍ଯ୍ୟ ପରିବେଶ ସୃଷ୍ଟି ପାଇଁ ନିର୍ଦ୍ଦେଶ । ଏଣିକି ଗର୍ଭବତୀ ମହିଳା ପୋଲିସ କର୍ମଚାରୀଙ୍କୁ ତୁରନ୍ତ ମାତୃତ୍ୱ ଅବକାଶ ପ୍ରଦାନ କରାଯିବା ସହ ସେମାନଙ୍କୁ କଠିନ ଫିଲ୍ଡ ଡ୍ୟୁଟି ବଦଳରେ ଡେସ୍କ ଡ୍ୟୁଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।  ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳା ପୋଲିସ କର୍ମଚାରୀଙ୍କୁ କଠିନ ଓ ଶାରୀରିକ ପରିଶ୍ରମ ଆବଶ୍ୟକ କରୁଥିବା ଡ୍ୟୁଟିରୁ ରିହାତି ଦେବାକୁ କୁହାଯାଇଛି। 

ଡିଜିପିଙ୍କ ନିର୍ଦ୍ଦେଶ ଅନୁଯାୟୀ, ଯେଉଁ ମହିଳା ପୋଲିସ କର୍ମଚାରୀମାନେ ମାତୃତ୍ୱ ଅବକାଶ ପାଇଁ ଆବେଦନ କରିବେ, ସେମାନଙ୍କୁ ବିନା ବିଳମ୍ବରେ ଛୁଟି ମଞ୍ଜୁର କରାଯିବ। ଏହାବ୍ୟତୀତ, ଗର୍ଭବତୀ ସମୟରେ ସେମାନଙ୍କୁ କୌଣସି ପ୍ରକାରର ଶାରୀରିକ ପରିଶ୍ରମ ବା କଷ୍ଟକର କ୍ଷେତ୍ର କାର୍ଯ୍ୟରେ ନିୟୋଜିତ କରାଯିବ ନାହିଁ। ଏହା ପରିବର୍ତ୍ତେ ସେମାନଙ୍କୁ କାର୍ଯ୍ୟାଳୟର ଲିଖିତ କାର୍ଯ୍ୟ ବା ଡେସ୍କ ଡ୍ୟୁଟି ପ୍ରଦାନ କରାଯିବ।  

ରାଜ୍ୟର ସମସ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ (SP) ଏବଂ ବିଭାଗୀୟ ମୁଖ୍ୟମାନଙ୍କୁ ମହିଳା କର୍ମଚାରୀଙ୍କ କାର୍ଯ୍ୟଭାର ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ କୁହାଯାଇଛି। ଯଦି କୌଣସି କର୍ମଚାରୀଙ୍କୁ ଛୁଟି ମିଳିବାରେ ଅସୁବିଧା ହୁଏ, ତେବେ ସେମାନେ ସିଧାସଳଖ ବରିଷ୍ଠ ଅଧିକାରୀଙ୍କୁ ଜଣାଇପାରିବେ। ଏଥିସହ ବରିଷ୍ଠ ମହିଳା ପୋଲିସ ଅଧିକାରୀମାନେ ନିଜ ନିଜ ଅଧୀନରେ ଥିବା ମହିଳା କର୍ମଚାରୀଙ୍କ ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।  

ଡିଜିପି ବିନୟତୋଷ ମିଶ୍ର କହିଛନ୍ତି ଯେ, ଅନେକ ସମୟରେ ମହିଳା ପୋଲିସ କର୍ମଚାରୀମାନେ ରାତି ପାଟ୍ରୋଲିଂ ଏବଂ ଅନୁସନ୍ଧାନ ଭଳି କଠିନ କାର୍ଯ୍ୟରେ ନିୟୋଜିତ ରୁହନ୍ତି। ତେଣୁ ସେମାନଙ୍କ ସୁବିଧା ଓ କଲ୍ୟାଣ ପ୍ରତି ଧ୍ୟାନ ଦେବା ପୋଲିସ ପରିବାରର ଦାୟିତ୍ୱ। ଏଥିସହିତ ସେ ସମସ୍ତ କର୍ମଚାରୀଙ୍କୁ ମାନସିକ ଚାପରୁ ଦୂରେଇ ରହିବାକୁ ଏବଂ କୌଣସି ଚରମ ନିଷ୍ପତ୍ତି ନନେବାକୁ ନିବେଦନ କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sakala-ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)