ବୁର୍ଲାରେ ବାଘ ଆତଙ୍କ: ପାଦଚିହ୍ନ ଚିହ୍ନଟ ପରେ ବନ ବିଭାଗର ହାଇଆଲର୍ଟ

Nov 26, 2026 - 11:39
ବୁର୍ଲାରେ ବାଘ ଆତଙ୍କ: ପାଦଚିହ୍ନ ଚିହ୍ନଟ ପରେ ବନ ବିଭାଗର ହାଇଆଲର୍ଟ

ସମ୍ବଲପୁର: ସାବଧାନ ! ବୁର୍ଲାରେ ବୁଲୁଛି ବାଘ । ସମ୍ବଲପୁର ବୁର୍ଲା ବନଖଣ୍ଡର ଚାନ୍ଦଲି ପାହାଡ଼ ନିକଟରେ ଏକ ବାଘର ପାଦଚିହ୍ନ ଦେଖିବାକୁ ମିଳିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିବା ବେଳେ ବନ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। 

ବୁର୍ଲା ସେକ୍ସନର ଫରେଷ୍ଟର ରୋଶନୀ ନାୟକଙ୍କ ସୂଚନା ଅନୁଯାୟୀ, ଚାନ୍ଦଲି ପାହାଡ଼ ନିକଟରେ ଏକ ବଡ଼ ଜନ୍ତୁର ପାଦଚିହ୍ନ ମିଳିଛି, ଯାହା ବାଘର ବୋଲି ସନ୍ଦେହ କରାଯାଉଛି। ତେବେ ଏହି ପାଦଚିହ୍ନ କେଉଁ ପ୍ରଜାତିର ଏବଂ ଏହା ପ୍ରକୃତରେ ଏକ ବାଘର କି ନୁହେଁ, ତାହାର ବୈଷୟିକ ପରୀକ୍ଷା ଓ ଯାଞ୍ଚ ପରେ ହିଁ ସ୍ପଷ୍ଟ ହେବ। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସ୍ଥାନୀୟ ବାସିନ୍ଦା ଏବଂ ସେହି ଅଞ୍ଚଳକୁ ଯାଉଥିବା ପର୍ଯ୍ୟଟକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। 

ବନ ବିଭାଗ ପକ୍ଷରୁ ବିଶେଷ କରି ପିକନିକ, ପର୍ଯ୍ୟଟନ କିମ୍ବା ଅନାବଶ୍ୟକ ଭାବେ ଜଙ୍ଗଲ ଅଞ୍ଚଳରେ ବୁଲାବୁଲି କରୁଥିବା ଲୋକଙ୍କୁ ସେଠାକୁ ନଯିବା ପାଇଁ ଅନୁରୋଧ କରାଯାଇଛି। ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଏହି ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ଫରେଷ୍ଟର କହିଛନ୍ତି ଯେ, ବାଘ ଏକ ଶାନ୍ତ କିନ୍ତୁ ଚତୁର ପ୍ରାଣୀ। ଏହା ସାମ୍ନାପଟୁ ଆକ୍ରମଣ କରିବା ଅପେକ୍ଷା ଲୁଚି ରହି ପଛପଟୁ ହଠାତ୍ ଆକ୍ରମଣ କରିବାର ଆଶଙ୍କା ରହିଥାଏ। ତେଣୁ ଜଙ୍ଗଲ ନିକଟସ୍ଥ ରାସ୍ତା ଓ ପାହାଡ଼ିଆ ଅଞ୍ଚଳରେ ଯାତାୟାତ ସମୟରେ ପୂର୍ଣ୍ଣ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। 

ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ବନ ବିଭାଗ ପକ୍ଷରୁ ସ୍ଥାନୀୟ ସ୍ତରରେ ତଥ୍ୟ ସଂଗ୍ରହ କରାଯାଉଛି। ଯଦି କୌଣସି ବ୍ୟକ୍ତି ବୁର୍ଲା କିମ୍ବା ଏହାର ଆଖପାଖ ଅଞ୍ଚଳରେ ବାଘର ଗତିବିଧି କିମ୍ବା କୌଣସି ସନ୍ଦେହଜନକ ଚିହ୍ନ ଦେଖନ୍ତି, ତେବେ ତୁରନ୍ତ ବନ ବିଭାଗକୁ ଜଣାଇବାକୁ ଅନୁରୋଧ କରାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sakala-ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)