ଗର୍ଭବତୀଙ୍କର ମାରାଥନ ଦୌଡ

Nov 22, 2026 - 14:44
ଗର୍ଭବତୀଙ୍କର ମାରାଥନ ଦୌଡ

 

ସାଧାରଣତଃ ଗର୍ଭାବସ୍ଥାରେ ମହିଳାମାନେ କିଛି ଭାରି କାମ କରିବାକୁ ବି ଡରିଥାଆନ୍ତି, ହେଲେ ଜଣେ ମହିଳା ଗର୍ଭାବସ୍ଥାରେ ମାରାଥନ ଦୌଡି ଚର୍ଚ୍ଚାରେ ଅଛନ୍ତି । ସୂଚନା ଅନୁସାରେ ନ୍ୟୁୟର୍କର ୩୮ ବର୍ଷୀୟା ମହିଳା ଡେଇର୍ଡ୍ରେ କିନ୍  ଗର୍ଭାବସ୍ଥାର ୩୪ତମ ସପ୍ତାହରେ ନ୍ୟୁୟର୍କ ସିଟି ମାରାଥନ ଦୌଡିଛନ୍ତି । ଏହାସହ ଚଳିତ ବର୍ଷ ଗର୍ଭବତୀ ଥାଇ ମୋଟ ୭ଟି ମାରାଥନ ଦୌଡ଼ି ସମସ୍ତ 'ୱାର୍ଲ୍ଡ ମାରାଥନ ମେଜର୍ସ'  ରେସ୍ ପୂରଣ କରିଛନ୍ତି । ପେସାରେ ମହିଳା ଜଣଙ୍କ ଜଣେ ନର୍ସିଂ ଅଫିସର ବୋଲି ଜଣାପଡିଛି । ତେବେ ନିଜ ବକେଟ୍ ଲିଷ୍ଟ୍‌ରେ ଥିବା ଇଚ୍ଛାଗୁଡ଼ିକୁ ପୂରଣ କରିବା ପାଇଁ ସେ ୭ଟି ୱାର୍ଲ୍ଡ ମାରାଥନ ମେଜର୍ସ, ୧ଟି ଆୟର୍ଲାଣ୍ଡ ଟ୍ରେଲ୍ ମାରାଥନ, ୨ଟି ଅଲ୍ଟ୍ରା-ମାରାଥନ ଏବଂ ୧ଟି ଆଇରନ୍‌ମ୍ୟାନ୍ ସହ ମୋଟ ୧୧ଟି ରେସ୍ ପାଇଁ ପଞ୍ଜୀକରଣ କରିଥିଲେ । ଗର୍ଭାବସ୍ଥାର ୨୫ତମ ସପ୍ତାହରେ ଅଗଷ୍ଟ ମାସରେ ସିଡନୀ ମାରାଥନ, ୨୯ତମ ସପ୍ତାହରେ ବର୍ଲିନ ମାରାଥନ ଏବଂ ୩୧ତମ ସପ୍ତାହରେ ଚିକାଗୋ ମାରାଥନ ସେ ସମ୍ପୂର୍ଣ୍ଣ କରିଛନ୍ତି । କିନ୍ ୧୯୮୦ ଓ ୧୯୯୦ ଦଶକରେ ମାରାଥନ ଦୌଡ଼ୁଥିବା ତାଙ୍କ ପିତା ଜନ୍‌ଙ୍କଠାରୁ  ଏହି ଦୌଡ଼ ପାଇଁ ଅନୁପ୍ରାଣିତ ହୋଇଥିଲେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)