୨୦୨୯ ସୁଦ୍ଧା ପଞ୍ଜାବକୁ ନିଶାମୁକ୍ତ କରିବୁ: ଗୁରୁପର୍ବରେ ବିଜେପି-ଅକାଳୀ ଦଳର ମେଣ୍ଟ ଘୋଷଣା

Nov 24, 2026 - 13:44
୨୦୨୯ ସୁଦ୍ଧା ପଞ୍ଜାବକୁ ନିଶାମୁକ୍ତ କରିବୁ: ଗୁରୁପର୍ବରେ ବିଜେପି-ଅକାଳୀ ଦଳର ମେଣ୍ଟ ଘୋଷଣା

ନୂଆଦିଲ୍ଲୀ: ପଞ୍ଜାବରେ ନିଶା କାରବାର ରୋକିବା ସହ ୨୦୨୯ ସୁଦ୍ଧା ରାଜ୍ୟକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବାର ଲକ୍ଷ୍ୟ ରଖିଛି ବିଜେପି। ଏହି ଘୋଷଣା ସହ ୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ପୁଣି ଏକାଠି ହୋଇଛନ୍ତି ବିଜେପି ଓ ଶିରୋମଣି ଅକାଳୀ ଦଳ । ଦୀର୍ଘ ୬ ବର୍ଷର ବ୍ୟବଧାନ ପରେ ଗୁରୁପର୍ବ ଅବସରରେ ମଙ୍ଗଳବାର ଦୁଇ ଦଳ ସେମାନଙ୍କ ମେଣ୍ଟର ପୁନରୁଦ୍ଧାର ଘୋଷଣା କରିଛନ୍ତି।ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ଆୟୋଜିତ ମିଳିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ସଭାପତି ନୀତିନ ନବୀନ ଏବଂ ଶିରୋମଣି ଅକାଳୀ ଦଳର ମୁଖ୍ୟ ସୁଖବୀର ସିଂହ ବାଦଲ ଉପସ୍ଥିତ ଥିଲେ। ଅମିତ ଶାହ ଗୁରୁପର୍ବ ଅବସରରେ ଶୁଭେଚ୍ଛା ଜଣାଇବା ସହ ଏହି ବୈଠକକୁ ‘ଏନ୍‌ଡିଏର ସାମ୍ବାଦିକ ସମ୍ମିଳନୀ’ ବୋଲି ସମ୍ବୋଧନ କରିଥିଲେ। ବିଜେପି ଓ ଅକାଳୀ ଦଳର ଏହି ମେଣ୍ଟ ଫଳରେ ପଞ୍ଜାବ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହୋଇଛି। ଆସନ୍ତା ୨୦୨୭ ବିଧାନସଭା ନିର୍ବାଚନରେ ଶାସକ ଆମ୍‌ ଆଦମୀ ପାର୍ଟି (ଆପ୍‌) ଏବଂ କଂଗ୍ରେସ ସହ ଏହି ମେଣ୍ଟର ମୁକାବିଲା ହେବା ସମ୍ଭାବନା ରହିଛି। ଉଭୟ ଦଳ ଗତ କିଛି ବର୍ଷ ଧରି ପଞ୍ଜାବରେ ପୂର୍ବର ରାଜନୈତିକ ପ୍ରଭାବ ଫେରାଇ ଆଣିବାକୁ ସଂଘର୍ଷ କରୁଛନ୍ତି। ୨୦୨୨ ବିଧାନସଭା ନିର୍ବାଚନରେ ଉଭୟ ଦଳର ମିଳିତ ପ୍ରଦର୍ଶନ ସେମାନଙ୍କ ପୂର୍ବ କ୍ଷମତା ସମୟର ପ୍ରଦର୍ଶନ ତୁଳନାରେ ଦୁର୍ବଳ ରହିଥିଲା।
କୃଷି ଆଇନକୁ ନେଇ ୨୦୨୦ରେ ଅଲଗା ହୋଇଥିଲେ। ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ତିନିଟି କୃଷି ଆଇନକୁ ବିରୋଧ କରି ୨୦୨୦ ମସିହାରେ ଅକାଳୀ ଦଳ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏରୁ ଓହରି ଯାଇଥିଲା। ଏହାଫଳରେ ଦୀର୍ଘ ଦଶନ୍ଧି ଧରି ଚାଲିଥିବା ଦୁଇ ଦଳର ମେଣ୍ଟ ଭାଙ୍ଗିଯାଇଥିଲା। ଏବେ ଗୁରୁପର୍ବ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଅବସରରେ ଦୁଇ ଦଳ ପୁଣି ଏକାଠି ହୋଇଛନ୍ତି। ଆସନ୍ତା ନିର୍ବାଚନରେ ଏହି ମେଣ୍ଟ କେତେ ପ୍ରଭାବ ପକାଇବ ଏବଂ ପଞ୍ଜାବରେ ରାଜନୈତିକ ସ୍ଥିତି କେଉଁ ଦିଗକୁ ଗତି କରିବ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)