Speaker Surama Padhy: ବାଚସ୍ପତି ସୁରମା ପାଢ଼ୀଙ୍କ ଦ୍ବାରା ରଣପୁରରେ ବନ କର୍ମଚାରୀ ଆବାସ ଉଦଘାଟିତ

Nov 22, 2026 - 14:54
Speaker Surama Padhy: ବାଚସ୍ପତି ସୁରମା ପାଢ଼ୀଙ୍କ ଦ୍ବାରା ରଣପୁରରେ ବନ କର୍ମଚାରୀ ଆବାସ ଉଦଘାଟିତ

ରଣପୁର: ନୟାଗଡ଼ ଜିଲ୍ଲା ଖୋର୍ଦ୍ଧା ବନଖଣ୍ଡ ର ଣପୁର ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ୨୦୨୫-୨୬ ବର୍ଷ କାମ୍ପା ଯୋଜନାରେ କର୍ମଚାରୀ ଆବାସ ନଭେମ୍ବର ୨୨ ତାରିଖରେ ବାଚସ୍ପତି ସୁରମା ପାଢ଼ୀଙ୍କ କରକମଳରେ ଉଦଘାଟିତ ହୋଇଯାଇଛି।

ଖୋର୍ଦ୍ଧା ବନଖଣ୍ଡ ଅଧିକାରୀ ଲାଡେ ଗଜାନନ ମହାନନ୍ଦ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ପୁରୀ ସାଂସଦଙ୍କ ପ୍ରତିନଧି ପ୍ରିୟବ୍ରତ ପ୍ରହରାଜ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧକ୍ଷା ରଙ୍ଗୀନ ମହାନ୍ତି ଓ ଗୋପାଳପୁର ଜିଲ୍ଲା ପରିଷଦ ସଭ୍ୟା ଲଷ୍ମୀପ୍ରିୟା ତରେଇ ଯୋଗ ଦେଇଥିଲେ।

Advertisment ଗଭୀର ଦୁଃଖ ପ୍ରକାଶ କରିଲେ ବାଚସ୍ପତି ବାଚସ୍ପତି ଶ୍ରୀମତୀ ପାଢ଼ୀ ରଣପୁର ବନାଞ୍ଚଳରେ ହାତୀ ଉପଦ୍ରଵ ଯୋଗୁଁ ପନ୍ଦର ଦିନ ଭିତରେ ତିନି ତିନି ଜଣଙ୍କ ମୃତ୍ୟୁ ନେଇ ଗଭୀର ଦୁଃଖ ପ୍ରକାଶ କରିଥିଲେ।

ସମସ୍ୟାର ସମାଧାନ ପାଇଁ ରାସ୍ତା କଡ଼ ସଫା, ସାତଟି ରାସ୍ତା ଆଲୋକୀକରଣ, ହାତୀ ଚଳପ୍ରଚଳ ଅଞ୍ଚଳରେ ଟ୍ରେଞ୍ଚ ନିର୍ମାଣ ଓ ସାଇରନ ବସାଇବା ସହ ମଣିଷ ମରା ଜଙ୍ଗଲୀ ହାତୀକୁ ବନାଞ୍ଚଳକୁ ଘଉଡ଼ାଇବା ନେଇ ବନଖଣ୍ଡ ଅଧିକାରୀଙ୍କ ସହ ଆଲୋଚନା କରିଥିବା ଜଣା ପଡିଛି।

ରଣପୁର ବନାଞ୍ଚଳ ଅଧିକାରୀ ସିଧୁ ଚରଣ ସିଂ ଉଦଘାଟନୀ ପର୍ବକୁ ପରିଚାଳନା କରିଥିଲେ.।

ସମସ୍ତ ବନପାଳ, ବନରକ୍ଷୀ, ଗଜସାଥୀ ଏଥିରେ ସହଯୋଗ କରିଥିଲେ।

Yogi: ଛୋଟୁ..ମୁଁ ତୋର ଜେଜେ ହେବି, ଗାଁରେ ଯୋଗୀଙ୍କ ଭିନ୍ନ ଅନ୍ଦାଜ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)