ଉଦୟନିଧି ଷ୍ଟାଲିନ ଗିରଫ

Aug 04, 2026 - 12:03
ଉଦୟନିଧି ଷ୍ଟାଲିନ ଗିରଫ

ତାମିଲନାଡୁ : ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଗିରଫ । ଅଭିନେତ୍ରୀ 'ତ୍ରିଶା'ଙ୍କ ପ୍ରତି ବିବାଦୀୟ ଟିପ୍ପଣୀ ଦେଇ ମଙ୍ଗଳବାର ସକାଳେ ଗିରଫ ହୋଇଛନ୍ତି ବିରୋଧୀ ଦଳ ନେତା ଷ୍ଟାଲିନ । ତଞ୍ଜାଭୁରରେ ଏକ ରାଲି ସମୟରେ ଅଭିନେତ୍ରୀ ତ୍ରିଶାଙ୍କୁ ନେଇ ଅପମାନଜନକ ଶବ୍ଦ ପ୍ରୟୋଗ କରିଥିବା ଅଭିଯୋଗ ହୋଇଥିଲା ।

ସୂଚନାନୁସାରେ, ସୋମବାର ତଞ୍ଜାଭୁରରେ କାବେରୀ ଜଳ ବିବାଦକୁ ନେଇ ଆୟୋଜିତ ଏକ ପ୍ରତିବାଦ ସଭାରେ ଉଦୟନିଧି ଷ୍ଟାଲିନ୍ ମୁଖ୍ୟମନ୍ତ୍ରୀ ସି.ଜୋସେଫ୍ ବିଜୟଙ୍କୁ ଟାର୍ଗେଟ୍ କରୁଥିବା ସମୟରେ ଏକ ବିବାଦୀୟ ପରିସ୍ଥିତି ଉପୁଜିଥିଲା । ଏହି ସମୟରେ ଭିଡ଼ ମଧ୍ୟରୁ 'ତ୍ରିଶା' 'ତ୍ରିଶା' ନାରା ଶୁଣାଯାଇଥିଲା । ଏହାର ଜବାବରେ ଉଦୟନିଧି ଏକ ଅଶ୍ଳୀଳ, ଡବଲ ମିନିଙ୍ଗ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି । ସ୍ଲୋଗାନ ମଧ୍ୟରେ ଷ୍ଟାଲିନ୍ କହିଥିଲେ, “ପାଣି ଅନ୍ୟତ୍ର ପହଞ୍ଚୁକି ନ ପହଞ୍ଚୁ ତାହା ନିଶ୍ଚିତ ଭାବରେ ସେଠାରେ ପହଞ୍ଚିବ।” ତଥାପି, ସେ ତୁରନ୍ତ ହସି ସ୍ପଷ୍ଟ କଲେ ଯେ ସେ କାବେରୀ ନଦୀର ପାଣି ବିଷୟରେ କହୁଥିଲେ । ଟିଭିକେ ଏହି ବୟାନକୁ ମହିଳାଙ୍କ ପ୍ରତି ଅପମାନଜନକ ଏବଂ ଅଶାଳୀନ ବୋଲି ଦର୍ଶାଇ ଉଦୟନିଧିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି।

ତାମିଲନାଡୁ ଭାଜପାର ମୁଖ୍ୟ ମୁଖପାତ୍ର ନାରାୟଣନ ତିରୁପତି ଏହି ବୟାନକୁ କଡ଼ା ନିନ୍ଦା କରିବା ସହ ଉଦୟନିଧିଙ୍କୁ ଗିରଫ କରାଯିବାକୁ ଦାବି କରିଥିଲେ । ସେହିପରି ଟିଭିକେ ଡିଏମକେ ନେତାଙ୍କ ଆପତ୍ତିଜନକ ମନ୍ତବ୍ୟକୁ ନିନ୍ଦା କରିଥିଲା।

ଟିଭିକେ ନେତା ଏ.ନାରାୟଣାନ କହିଥିଲେ "ଉଦୟନିଧି ଷ୍ଟାଲିନଙ୍କୁ ମୁଖ୍ୟମନ୍ତ୍ରୀ ବିଜୟ କିମ୍ବା ଟିଭିକେ ବିରୋଧରେ କହିବା ପାଇଁ ନୁହେଁ, ବରଂ ଜଣେ ମହିଳାଙ୍କୁ ଅପମାନ କରିବା ପାଇଁ ଗିରଫ କରାଯାଇଛି।"

ଉଲ୍ଲେଖଯୋଗ୍ୟ,ଅଭିନେତ୍ରୀ 'ତ୍ରିଶା' ହେଉଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ଘନିଷ୍ଠ ବନ୍ଧୁ । ଉଭୟଙ୍କ ସମ୍ପର୍କକୁ ନେଇ ଅନେକ ସମୟରେ ସୋସିଆଲ ମିଡିଆରେ ଆଲୋଚାନା ହୋଇଥାଏ ।  ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇ ରାଲ ହେବା ପରେ ଶାସକ ଟିଭିକେ ଓ ବିରୋଧୀ ଦଳ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା  ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।