ହୀରାକୁଦ ଜଳଭଣ୍ଡାରରୁ ୧୩ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି

Aug 04, 2026 - 12:03
ହୀରାକୁଦ ଜଳଭଣ୍ଡାରରୁ ୧୩ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି

ଭୁବନେଶ୍ୱର: ହୀରାକୁଦ ଡ୍ୟାମରୁ ବନ୍ୟା ଜଳ ନିଷ୍କାସନ ପ୍ରକ୍ରିୟା ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ଅତିରିକ୍ତ ଜଳ ନିଷ୍କାସନ ପାଇଁ ଜଳଭଣ୍ଡାରର ୧୩ଟି ଗେଟ୍ ଖୋଲା ରହିଛି । ଡ୍ୟାମ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ବାମ ପାର୍ଶ୍ୱରୁ ୯ଟି ଗେଟ୍ ଏବଂ ଡାହାଣ ପାର୍ଶ୍ୱରୁ ୪ଟି ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି। ମିଳିଥିବା ରିପୋର୍ଟ ଅନୁସାରେ, ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୮.୭୧ ଫୁଟ୍ ରହିଛି।

ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୯୦,୭୩୧ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୨,୩୮,୫୦୮ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ଡ୍ୟାମ କର୍ତ୍ତୃପକ୍ଷ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଉପରମୁଣ୍ଡରୁ ଆସୁଥିବା ଜଳ ଏବଂ ତଳମୁଣ୍ଡର ପରିସ୍ଥିତିକୁ ଭିତ୍ତି କରି ଏହି ଜଳ ନିଷ୍କାସନକୁ ନିୟନ୍ତ୍ରଣ କରାଯାଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAKALA - ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।