ମହିଳାଙ୍କୁ ଟାଣି ନେଲା କୁମ୍ଭୀର
କେନ୍ଦ୍ରାପଡା : କେନ୍ଦ୍ରାପଡାରେ ପୁଣି କୁମ୍ଭର ଆତଙ୍କ । ଶୌଚ ହେବାକୁ ଯାଇଥିବାବେଳେ ମହିଳାଙ୍କୁ କୁମ୍ଭୀର ଟାଣି ନେଇଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିପାରି ନାହିଁ । ନିଖୋଜ ମହିଳା ପଟ୍ଟାମୁଣ୍ଡାଇ ବ୍ଲକ ଅଳପୁଆ ଦାମୋଦର ପାଟଣାର ଶୁଚିସ୍ମିତା ଦାସ । ବ୍ରାହ୍ମଣୀ ନଦୀକୁ ଶୌଚ ହେବାକୁ ଯାଇଥିବାବେଳେ ମହିଳାଙ୍କୁ କୁମ୍ଭୀର ଟାଣି ନେଇଥିବା ସନ୍ଦେହ କରାଯାଉଛି । ଦୀର୍ଘ ସମୟ ଧରି ମହିଳା ନିଖୋଜ ରହିଥିବାରୁ ପରିବାର ଲୋକେ ଖୋଜିବାକୁ ଆସି ନଦୀକୂଳରେ ଚପଲ, ବାଲ୍ଟି ଓ ବ୍ରସ ରହିଥିବା ଦେଖିବାକୁ ପାଇଥିଲେ । ମହିଳା ଜଣକ କୁମ୍ଭୀର ମୁହଁରେ ପଡିଥିବା ସନ୍ଦେହ କରି ସ୍ଥାନୀୟ ଲୋକେ ଦମକଲ ବାହିନୀର ସାହାଯ୍ୟରେ ଖୋଜ ଖୋଜି କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଶୁଚିସ୍ମିତାଙ୍କର କୌଣସି ପତ୍ତା ମିଳୁନାହିଁ ।
ଖବର ପ୍ରଚାରିତ ହେବା ହେବା ପରେ ସ୍ଥାନୀୟ ଅଞ୍ଚଳରେ ହଜାର ହଜାର ଲୋକ ନଦୀକୂଳରେ ଏକାଠି ହୋଇଛନ୍ତି । ଖବର ପାଇ ସ୍ଥାନୀୟ ପୋଲିସ ଏବଂ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଘଟଣାରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।