ଆଜିଠାରୁ ବିଶ୍ୱ କଣ୍ଟିନେଣ୍ଟାଲ୍ ଟୁର୍ ଦୌଡ଼କୁଦ ପ୍ରତିଯୋଗିତା ଆରମ୍ଭ

Aug 22, 2026 - 14:06
ଆଜିଠାରୁ ବିଶ୍ୱ କଣ୍ଟିନେଣ୍ଟାଲ୍ ଟୁର୍ ଦୌଡ଼କୁଦ ପ୍ରତିଯୋଗିତା ଆରମ୍ଭ

ନନ୍ଦିଘୋଷ ବ୍ୟୁରୋ : ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ ବିଶ୍ୱ କଣ୍ଟିନେଣ୍ଟାଲ୍ ଟୁର୍ ଦୌଡ଼କୁଦ ପ୍ରତିଯୋଗିତା ଆରମ୍ଭ ହେଉଛି। ଅପରାହ୍ଣ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଏହି ମହାଦେଶୀୟ ଆଥଲେଟିକ୍ସ ପ୍ରତିଯୋଗିତା ଚାଲିବ, ଯେଉଁଥିରେ ୨୩ଟି ଦେଶରୁ ମୋଟ ୧୮୭ ଜଣ ଆଥଲେଟ୍ ଅଂଶଗ୍ରହଣ କରୁଛନ୍ତି। ପୁରୁଷ ଓ ମହିଳା ବର୍ଗରେ ୯ଟି ଲେଖାଏଁ ମୋଟ ୧୮ଟି ପ୍ରତିଯୋଗିତା ଅନୁଷ୍ଠିତ ହେବ।ଏହି ପ୍ରତିଯୋଗିତାରେ ଭାରତରୁ ୮୮ ଜଣ ଆଥଲେଟ୍ ଭାଗ ନେଉଛନ୍ତି। ଓଡ଼ିଶାରୁ ୬ ଜଣ ଆଥଲେଟ୍ ଶ୍ରାବଣୀ ନନ୍ଦ, କିଶୋର ଜେନା, ଅନିମେଷ କୁଜୁର, ବାପି ହାଁସଦା, ସ୍ୱାଧୀନ ମାଝୀ ଏବଂ ପ୍ରଜ୍ଞାପ୍ରଶାନ୍ତି ସାହୁ ଅଂଶଗ୍ରହଣ କରୁଛନ୍ତି। ଏହି ସ୍ଥାନୀୟ ଖେଳାଳିଙ୍କ ଉପରେ ସମସ୍ତ କ୍ରୀଡ଼ାପ୍ରେମୀଙ୍କ ନଜର ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)