Political Crisis: ପାକିସ୍ତାନରେ ବଢ଼ୁଛି ରାଜନୈତିକ ସଙ୍କଟ: ସୁପ୍ରିମକୋର୍ଟଙ୍କ ନିୟମ ଅବମାନନା ପରେ ବିରୋଧୀ ହେଲେ ଏକଜୁଟ୍
"ଇସଲାମାବାଦ: ପାକିସ୍ତାନର ଶେହବାଜ ଶରୀଫ ସରକାରଙ୍କ ଅସୁବିଧା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।
ସରକାରଙ୍କ ପ୍ରମୁଖ ସହଯୋଗୀ ଦଳ ''ପାକିସ୍ତାନ ପିପୁଲ୍ସ ପାର୍ଟି'' (ପିପିପି) ସହ ମତଭେଦ ତୀବ୍ର ହେଉଥିବା ବେଳେ ଅନ୍ୟପଟେ ବିରୋଧୀ ଦଳଗୁଡ଼ିକ ଏକତ୍ରିତ ହୋଇ ସରକାରଙ୍କ ବିରୋଧରେ ମୋର୍ଚ୍ଚା ଖୋଲିବାକୁ ଯୋଜନା କରୁଛନ୍ତି।
ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଏବଂ ଚିକିତ୍ସାକୁ ନେଇ ସରକାରଙ୍କ ଆଭିମୁଖ୍ୟ ଏବେ ବଡ଼ ବିବାଦର ରୂପ ନେଇଛି।
ସୁପ୍ରିମକୋର୍ଟ ଇମ୍ରାନଙ୍କୁ ଶିଫା ଇଣ୍ଟରନ୍ୟାସନାଲ ହସ୍ପିଟାଲରେ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଥିଲେ ହେଁ, ସରକାର ସୁରକ୍ଷା କାରଣ ଦର୍ଶାଇ ତାଙ୍କୁ ସରକାରୀ ହସ୍ପିଟାଲକୁ ନେଇ ଯାଞ୍ଚ ପରେ ପୁଣି ଜେଲକୁ ପଠାଇ ଦେଇଛନ୍ତି।
ସୁପ୍ରିମକୋର୍ଟଙ୍କ ଆଦେଶ ଅବମାନନା କରିଥିବା ଅଭିଯୋଗରେ ସରକାର ଆଇନଗତ ଅସୁବିଧାରେ ପଡ଼ିବାର ସମ୍ଭାବନା ସୃଷ୍ଟି ହୋଇଛି।Advertisment ହସ୍ପିଟାଲକୁ ନେଇ ଯାଞ୍ଚ ପରେ ପୁଣି ଜେଲ ସେହିପରି ଗୋଟିଏ ପଟେ ପିପିପି ଅଧ୍ୟକ୍ଷ ବିଲାୱାଲ ଭୁଟ୍ଟୋ ଜରଦାରୀ ଶାସକ ଦଳ ପିଏମଏଲ୍-ଏନ୍ ବିରୋଧରେ କାଶ୍ମୀର ନିର୍ବାଚନରେ ଅନିୟମିତତା ଅଭିଯୋଗ ଆଣି ସଂସଦରେ ସରକାରୀ ବିଲକୁ ସମର୍ଥନ ନକରିବାକୁ ନିଷ୍ପତ୍ତି ନେଇଛନ୍ତି।
ଅନ୍ୟପଟେ ଜେୟୁଆଇ-ଏଫ୍ ମୁଖ୍ୟ ମାଓଲାନା ଫଜଲୁର ରହମାନଙ୍କ ନେତୃତ୍ୱରେ ବିରୋଧୀ ଦଳଗୁଡ଼ିକ ଏକ ମିଳିତ ମୋର୍ଚ୍ଚା ଗଠନ ପାଇଁ ସହମତ ହୋଇଛନ୍ତି।
ଯଦି ବିରୋଧୀ ଦଳଗୁଡ଼ିକ ଅନାସ୍ଥା ପ୍ରସ୍ତାବ ଆଣନ୍ତି, ତେବେ ପିପିପିର ଆଭିମୁଖ୍ୟ ଶେହବାଜ୍ ସରକାରଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବାରେ ନିର୍ଣ୍ଣାୟକ ସାବ୍ୟସ୍ତ ହେବ।
ABVP: ପୁଣେରେ ଏବିଭିପି-ଏନଏସୟୁଆଇ ଗୋଷ୍ଠୀ ସଂଘର୍ଷ: ୫୦ରୁ ଅଧିକ ଯୁବ କଂଗ୍ରେସ କର୍ମୀଙ୍କ ବିରୋଧରେ ମାମଲା ରୁଜୁ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

