କୁଳପତିଙ୍କ ନିଯୁକ୍ତିକୁ ଖାରଜ କଲେ ହାଇକୋର୍ଟ !

Oct 18, 2026 - 13:30
କୁଳପତିଙ୍କ ନିଯୁକ୍ତିକୁ ଖାରଜ କଲେ ହାଇକୋର୍ଟ !

ନନ୍ଦିଘୋଷ ବ୍ୟୁରୋ:  ଗୌହାଟି ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି। ଆସାମ ବିଶ୍ବବିଦ୍ୟାଳୟର କୁଳପତି ଭାବେ ପ୍ରଫେସର ରାଜୀବ ମୋହନ ପନ୍ତଙ୍କ ନିଯୁକ୍ତିକୁ ଖାରଜ କରିଛନ୍ତି ହାଇକୋର୍ଟ। ୧୦ବର୍ଷର ଅଭିଜ୍ଞତା ହାସଲ କରି ନଥିବା ରାଜୀବଙ୍କୁ ଏହି ପଦବୀରେ ନିଯୁକ୍ତିକୁ ଅଗ୍ରାହ୍ୟ କରିଛନ୍ତି ଅଦାଲତ। ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି ନିୟମ ଅନୁସାରେ କୁଳପତି କ୍ଷେତ୍ରରେ ୧୦ ବର୍ଷର ଅଭିଜ୍ଞତା ବାଧ୍ୟତାମୂଳକ ହୋଇଥିବା ସତ୍ତ୍ବେ ତାଙ୍କ କ୍ଷେତ୍ରରେ ଏହା ପାଳନ ହୋଇ ନଥିଲା। ରାଜୀବଙ୍କ ନିଯୁକ୍ତିକୁ ଖାରଜ କରି ଅକ୍ଟୋବର ୧୪ରେ ରାୟ ଶୁଣାଣିଥିଲେ ହାଇକୋର୍ଟ। ୪ ମାସ ଭିତରେ ସାନି ପ୍ରକ୍ରିୟା ଅବଲମ୍ବନ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ୧୦ ବର୍ଷର ବାଧ୍ୟତାମୂଳକ ଅଭିଜ୍ଞତା ହାସଲ କରି ନଥିବା ରାଜୀବଙ୍କୁ କିପରି କୁଳପତି ଭାବେ ନିଯୁକ୍ତି ଦିଆଗଲା- ସେନେଇ ହାଇକୋର୍ଟରେ ଦାୟର ହୋଇଥିଲା ପିଟିସନ। ରାଜୀବ ଉତ୍ତର ପୂର୍ବ ଆଞ୍ଚଳିକ ବିଜ୍ଞାନ ଓ ପ୍ରଯୁକ୍ତି ପ୍ରତିଷ୍ଠାନ ବା NERIST ଓ ଜାତୀୟ ଗ୍ରାମୀଣ ବିକାଶ ପ୍ରତିଷ୍ଠାନରେ ଅଭିଜ୍ଞତା ହାସଲ କରିଥିଲେ ବି ତାହାର ମୋଟ ସମୟ ୧୦ ବର୍ଷ ହେଉନଥିଲା। ତଥାପି ତାଙ୍କୁ କୁଳପତି ଭାବେ ନିଯୁକ୍ତି ଦିଆଯାଇଥିଲା। ଆରଏସଏସ ଚାପରେ ରାଜୀବଙ୍କୁ ଏହି ନିଯୁକ୍ତି ମିଳିଥିବା ଅଭିଯୋଗ ହୋଇଥିଲା। ଏପରିକି MAରେ ରାଜୀବ ୫୫ ପ୍ରତିଶତ ମାର୍କ ରଖି ନଥିଲେ ବୋଲି ଜଣାଯାଇଥିଲା। ସେହିପରି ସର୍ଚ୍ଚ-କମ୍-ସିଲେକସନ କମିଟିରେ ବି ଅନିୟମିତତା ହୋଇଥିଲା। ଭିସିଙ୍କ ନିଯୁକ୍ତି ନେଇ ହାଇକୋର୍ଟ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟକୁ ରିପୋର୍ଟ ମାଗିଥିଲେ ବି କୋର୍ଟଙ୍କୁ ସହଯୋଗ କରାଯାଇ ନଥିଲା। କୋର୍ଟଙ୍କ କଡା ନିର୍ଦ୍ଦେଶ ପରେ ଏହି ରିପୋର୍ଟ ଦିଆଯାଇଥିଲା।

ଉତ୍ତରାଖଣ୍ଡରେ ଜନ୍ମିତ ରାଜୀବ ଅତୀତରେ ଆରଏସଏସ ସହ ସମ୍ପୃକ୍ତ ଥିଲେ। ଏହି ନିଯୁକ୍ତି ବିରୋଧରେ ଗତ ୨୦୨୫ରେ ବିଶ୍ବବିଦ୍ୟାଳୟର ଜଣେ ପ୍ରଫେସର ଡକ୍ଟର ସମୀର ବେହେରା ହାଇକୋର୍ଟରେ ପିଟିସନ ଦାୟର କରିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)