୪୦ ଲକ୍ଷ ପାଇଁ ମାଆର ଜୀବନ ନେଲା ପୁଅ

Aug 20, 2026 - 16:07
୪୦ ଲକ୍ଷ ପାଇଁ ମାଆର ଜୀବନ ନେଲା ପୁଅ

ନନ୍ଦିଘୋଷ ବ୍ୟୁରୋ: ୪୦ ଲକ୍ଷ ଟଙ୍କା ବିବାଦକୁ କେନ୍ଦ୍ର କରି ମାକୁ ହତ୍ୟା କଲା ପୁଅ। ପଶ୍ଚିମବଙ୍ଗ ଆସାନସୋଲର କାଳିପାହାଡି ଅଞ୍ଚଳରେ ଘଟିଛି ହତ୍ୟାକାଣ୍ଡ। ମୃତକଙ୍କ ନାମ ବୈଶାଖୀ ହେମ୍ବ୍ରମ। ମୃତକଙ୍କ ବଡ ପୁଅ ଜୟନ୍ତ ହେମ୍ବ୍ରମ ଅଭିଯୋଗ କରିଛନ୍ତି- ତାଙ୍କ ଭାଇ ରାଜୀବ ୪୦ ଲକ୍ଷ ଟଙ୍କା ବିବାଦକୁ ନେଇ ମାଆକୁ ହତ୍ୟା କରିଛି। ମାଆଙ୍କୁ ପିଟୁଥିବା ଖବର ପାଇବା ମାତ୍ରେ ସେ ଘଟଣାସ୍ଥଳରେ ପହଞ୍ଚିଥିଲେ। ହେଲେ ସେଠାରେ ପହଞ୍ଚିବା ବେଳକୁ ମା ପ୍ରାଣ ହରାଇସାରିଥିଲେ। ମୃତକଙ୍କ ଜ୍ୱାଇଁ ଦୁର୍ଲଭ ସିଂହ ମଧ୍ୟ ରାଜୀବଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ଗତ ପ୍ରାୟ ଗୋଟିଏ ମାସ ଧରି ରାଜୀବ ମାଆଙ୍କୁ ହତ୍ୟା କରିବ ବୋଲି ଧମକ ଦେଇଆସୁଥିଲା। ଖବର ପାଇବା ପରେ ଆସାନସୋଲ-ଦୁର୍ଗାପୁର ପୋଲିସ କମିଶନରେଟ୍ ଡିସି ସେଣ୍ଟ୍ରାଲ ଧ୍ରୁବ ଦାସ ଘଟଣାସ୍ଥଳରେ ପହଞ୍ଚିଥିଲେ। ତଦନ୍ତ ପରେ ହିଁ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media