ଓଡ଼ିଶାର ନବ ନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ଭୁବନେଶ୍ବରରେ

Oct 17, 2026 - 19:56
ଓଡ଼ିଶାର ନବ ନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ଭୁବନେଶ୍ବରରେ

ଭୁବନେଶ୍ବର :ଓଡ଼ିଶାର ନବ ନିଯୁକ୍ତ ରାଜ୍ୟପାଳ ବ୍ରଜ ମୋହନ ରାମ। ବିମାନବନ୍ଦରରେ ଦିଆଗଲା ଗାର୍ଡ଼ ଅଫ୍ ଅନର୍। ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ, ବାଚସ୍ପତି, ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୋଲିସ ଡ଼ିଜି ପ୍ରମୁଖ। ଆସନ୍ତାକାଲି ଲୋକଭବନର ଅଭିଷେକ ହଲରେ ହେବ ଶପଥ ଗ୍ରହଣ। ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ କରାଇବେ ପଦ ଗୋପନୀୟତାର ଶପଥ ପାଠ।  ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ, ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ହେବ ଶପଥ ଗ୍ରହଣ ଉତ୍ସବ। ରାଜନୈତିକ ପୃଷ୍ଠଭୂମିରୁ ଆସିଥିବା ବ୍ରଜ ମୋହନ ରାମ ୧୯୯୧ରୁ ୧୯୯୫ ଯାଏଁ ବିହାରର ଲାତେହର ବିଧାନସଭା ଆସନରୁ ବିଧାୟକ ହୋଇଥିଲେ। ପରେ ଝାଡ଼ଖଣ୍ଡ ରାଜ୍ୟ ଗଠନ ହେବା ପରେ ପାଲାମୁ ଲୋକସଭାରୁ ୧୯୯୬, ୧୯୯୮ ଏବଂ ୧୯୯୯ରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଝାଡ଼ଗଣ୍ଡ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ଅଧ୍ୟକ୍ଷ ଦାୟିତ୍ବ ତୁଲାଇଛନ୍ତି। ଭୁବନେଶ୍ବରରେ ପହଞ୍ଚିବା ପରେ ସସ୍ତ୍ରୀକ ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଗସ୍ତ କରିଥିଲେ।

ରାଜ୍ୟପାଳ ଭାବେ ନାମ ଘୋଷଣା ପରେ ବ୍ରଜ ମୋହନ ରାମଙ୍କ ବିବୃତିକୁ ନେଇ ଚର୍ଚ୍ଚା ହୋଇଥିଲା। ବିଜେପିର ଜଣେ ଟାଣୁଆ ନେତା ହୋଇଥିବାରୁ ଓଡ଼ିଶା ରାଜ୍ୟପାଳ ଭାବେ ଆସିଲା ପରେ ବିଜେପିର ଶକ୍ତି ବୃଦ୍ଧି ପାଇଁ କାମ କରିବେ ବୋଲି କହିଥିଲେ। ଯଦିଓ ପରେ ତାଙ୍କ ବିବୃତି ବଦଳାଇଥିଲେ, ହେଲେ ଏହାକୁ ନେଇ ରାଜ୍ୟ ଓ ଦେଶରେ ବିରୋଧୀଙ୍କ ସମାଲୋଚନାର ଶିକାର ହୋଇଥିଲେ।

ଓଡ଼ିଶାରେ ତିନି ବର୍ଷରେ ତିନି ରାଜ୍ୟପାଳ ଦେଖିଲାଣି। ପୂର୍ବତନ ରାଜ୍ୟପାଳ ରଘୁବର ଦାସ ତାଙ୍କ ପୁଅର ଆଚରଣ ପାଇଁ ନିନ୍ଦିତ ହେବା ସହ ଅତ୍ୟଧିକ ରାଜନୈତିକ ସଂପୃକ୍ତି ନେଇ ଅଭିଯୋଗ ହୋଇଥିଲା। ଏହାପରେ ହରିବାବୁ କମ୍ଭମପାଟି ଦୁଇ ବର୍ଷ ପୂରଣ କରିବା ପୂର୍ବରୁ ତାଙ୍କ କାର୍ଯ୍ୟକାଳ ସରିଯାଇଛି। କୁଳପତି ମାନଙ୍କ ବୈଠକ ପରେ କଲେଜ ଛାତ୍ର ସଂସଦ ନିର୍ବାଚନ ପାଇଁ ନିଷ୍ପତ୍ତି ହୋଇଥିଲା। ହେଲେ ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ନୂଆ ରାଜ୍ୟପାଳଙ୍କ ନାମ ଘୋଷଣା ହୋଇଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)