୨୬ ହଜାର ୧୦୧ଟି ପଦବୀ ଖାଲି ରହିଛି - ମୁଖ୍ୟମନ୍ତ୍ରୀ

Nov 23, 2026 - 13:37
୨୬ ହଜାର ୧୦୧ଟି ପଦବୀ ଖାଲି ରହିଛି - ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶା ପୋଲିସ ବିଭାଗରେ ବିପୁଳ ସଂଖ୍ୟକ ପଦବୀ ଖାଲି ପଡ଼ିଛି । ଓଡ଼ିଶା ପୋଲିସ ବିଭାଗରେ ମୋଟ ୨୬,୧୦୧ଟି ପଦବୀ ଖାଲି ରହିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଓଡିଶା ପୋଲିସ ବିଭାଗରେ ମୋଟ ୮୪ହଜାର ୨୩୭ଟି ମଞ୍ଜୁରୀପ୍ରାପ୍ତ ପଦବୀ ରହିଥିବାବେଳେ ସେଥିରୁ ୨୬ହଜାର ୧୦୧ଟି ପଦବୀ ଖାଲି ରହିଛି  । ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ, ଖାଲି ପଡ଼ିଥିବା ପଦବୀଗୁଡ଼ିକ ମଧ୍ୟରୁ ବିଭିନ୍ନ ବର୍ଗରେ ୬,୮୮୫ଟି ପଦବୀ ପୂରଣ ପାଇଁ ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ (OUSSSC) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି ।

ଏହା ବ୍ୟତୀତ ୨୯୮ଟି ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର (ASI) ପଦବୀ ପୂରଣ କରିବା ପାଇଁ ରାଜ୍ୟ ସରକାର OUSSSC କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ପୋଲିସ ବିଭାଗରେ ମୋଟ ମଞ୍ଜୁରୀପ୍ରାପ୍ତ ପଦବୀ ତୁଳନାରେ ଖାଲି ପଦବୀ ସଂଖ୍ୟା ଅଧିକ ରହିଥିବାରୁ ନିଯୁକ୍ତି ପ୍ରକ୍ରିୟା ଉପରେ ଏବେ ଗୁରୁତ୍ୱ ଦିଆଯାଉଛି । ତେବେ ଆଗାମୀ ଦିନରେ ଖାଲି ପଦବୀଗୁଡ଼ିକ କେବେ ପୂରଣ ହେବ, ତାହା ଉପରେ ନଜର ରହିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)