୧୯୩୧ ମସିହାର ବହି ଦୋକାନ
ଦିଲ୍ଲୀର ଖାନ୍ ମାର୍କେଟରେ ଥିବା ‘ଫକୀର ଚାନ୍ଦ ବୁକ୍ଷ୍ଟୋର୍’ ଏକ ବହୁତ ପୁରୁଣା ବହି ଦୋକାନ, ଯେଉଁଠାରେ ଆଜି ବି ପୁରୁଣା ସମୟର ଅନୁଭୂତି ମିଳିଥାଏ । ଏହି ଦୋକାନଟି ୧୯୩୧ ମସିହାରେ ପେଶାୱରରେ ‘ଓରିଏଣ୍ଟାଲ୍ ବୁକ୍ ଶପ୍’ ନାମରେ ଆରମ୍ଭ ହୋଇଥିଲା । ହେଲେ ଦେଶ ବିଭାଜନ ସମୟରେ ସବୁକିଛି ଛାଡ଼ି ଏହି ପରିବାରକୁ ଦିଲ୍ଲୀ ଚାଲିଆସିବାକୁ ପଡ଼ିଥିଲା । ପରେ ୧୯୫୧ ମସିହାରେ ଖାନ୍ ମାର୍କେଟରେ ଜାଗା ମିଳିବା ପରେ ସେମାନେ ଏହି ବହି ଦୋକାନକୁ ପୁଣିଥରେ ଆରମ୍ଭ କଲେ । ଏହି ଦୋକାନର ବିଶେଷତ୍ୱ ହେଉଛି ଯେ ଏହାର ପୁରୁଣା ଶୈଳୀ ଓ ଆସବାବପତ୍ରକୁ ଆଦୌ ବଦଳାଯାଇ ନାହିଁ ଏବଂ ଏଠାରେ ବହିଗୁଡ଼ିକ ଆଲମାରୀରେ ଏପଟସେପଟ ହୋଇ ରହିଥାଏ । ଦୀର୍ଘ ବର୍ଷ ଧରି ପ୍ରତିଷ୍ଠାତାଙ୍କ ନାତୁଣୀ ମମତା ଏବଂ ତାଙ୍କ ସ୍ୱାମୀ ଅନୁପ ବାମହି ଏହି ଦୋକାନଟିକୁ ଚଲାଉଥିଲେ । ବର୍ତ୍ତମାନ ତାଙ୍କ ମୃତ୍ୟୁ ପରେ ପରିବାରର ଚତୁର୍ଥ ପିଢ଼ିର ସଦସ୍ୟ ଅଭିନବ ବାମହି ଏହି ଦୋକାନର ଦାୟିତ୍ୱ ନେଇଛନ୍ତି । ଏହି ପୁରୁଣା ବହି ଦୋକାନଟି ଇନଷ୍ଟାଗ୍ରାମରେ ବେଶ୍ ଲୋକପ୍ରିୟ ଏବଂ ପିୟୁଷ ମିଶ୍ର, ୱିଲିୟମ ଡାଲରିମ୍ପଲ, କପିଲ ସିବଲ ଓ ସ୍ମୃତି ଇରାନୀଙ୍କ ଭଳି ଅନେକ ଜଣାଶୁଣା ବ୍ୟକ୍ତି ମଧ୍ୟ ଏଠାକୁ ଆସିଥାନ୍ତି । ଆଜିକାଲିର ଅନଲାଇନ୍ ସପିଂ ଯୁଗରେ ମଧ୍ୟ ଏହି ଦୋକାନଟି ନିଜର ପୁରୁଣା ଚେହେରା ଓ ଗ୍ରାହକମାନଙ୍କ ସହ ସମ୍ପର୍କକୁ ବଞ୍ଚାଇ ରଖିପାରିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।