ବିଜେପି ପାର୍ଟି ଅଫିସରେ ସୌଭିକ ବିଶ୍ୱାଳ !
ଭୁବନେଶ୍ୱର : ରାଜ୍ୟ ବିଜେପିରେ ବଡ଼ ହଲଚଲ । ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ପାର୍ଟି ଅଫିସରେ ପହଁଚିଲେ କଟକ-ଚୌଦ୍ୱାର ବିଜେଡି ବିଧାୟକ ତଥା କଟକର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ପୁଅ ସୌଭିକ ବିଶ୍ୱାଳ । ବିଜେପିରେ ମିଶିବା ନେଇ ବଢିଲା ଚର୍ଚ୍ଚା । ତେବେ ଏନେଇ କୌଣସି ବିଜେପି ନେତା କିମ୍ବା କର୍ମୀ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।
ଖବର ଅନୁଯାୟୀ, ଆସନ୍ତା ୧୨ ତାରିଖ ଦିନ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ପଦ୍ମ ଧରିବେ ବୋଲି ଆପାତତଃ ସ୍ଥିର ହୋଇଛି । ଭୁବନେଶ୍ଵର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସେ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଥିବାବେଳେ ଆଜି ବିଜେପି ଅଫିସ ରେ ସୌଭିକ ବିଶ୍ୱାଳଙ୍କ ଉପସ୍ଥିତି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।