ଅମରନାଥ ତୀର୍ଥଯାତ୍ରୀଙ୍କ ସଂଖ୍ୟା ଲକ୍ଷେ ୭୦ ହଜାର ଟପିଲା
ଜମ୍ମୁ: ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ବାଲଟାଲ୍ ବେସ୍ କ୍ୟାମ୍ପ୍ ଗସ୍ତ କରି ଏବେ ଚାଲିଥିବା ଅମରନାଥ ଯାତ୍ରାର ସମୀକ୍ଷା କରିଛନ୍ତି ଏବଂ ତୀର୍ଥଯାତ୍ରୀଙ୍କ ସହ କଥା ହୋଇଛନ୍ତି। ଉପରାଜ୍ୟପାଳ ସିହ୍ନା କହିଛନ୍ତି, ତୀର୍ଥଯାତ୍ରାର ପ୍ରଥମ ୭ ଦିନ ମଧ୍ୟରେ ପ୍ରାୟ ୧ ଲକ୍ଷ ୭୦ ହଜାର ଶ୍ରଦ୍ଧାଳୁ ପୂଜାର୍ଚ୍ଚନା କରିଛନ୍ତି। ଉପରାଜ୍ୟପାଳ ମଧ୍ୟ ଯାତ୍ରା ପାଇଁ କରାଯାଇଥିବା ବ୍ୟବସ୍ଥା, ସୁରକ୍ଷା ପ୍ରସ୍ତୁତି ଓ ମେଡିକାଲ ସେବାର ସମୀକ୍ଷା କରିଛନ୍ତି। ଏଲ୍ଜି ସିହ୍ନା କହିଛନ୍ତି, ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ତୀର୍ଥଯାତ୍ରା ଆରାମଦାୟକ ଓ ସୁରକ୍ଷିତ କରିବାପାଇଁ ପ୍ରଶାସନ, ଜମ୍ମୁ-କାଶ୍ମୀର ପୁଲିସ, ସେନା ଓ ଅନ୍ୟ ସୁରକ୍ଷା ସଂସ୍ଥାର ସହଯୋଗରେ ଉଦ୍ୟମ ଜାରି ରହିଛି। ଯାତ୍ରାର ପ୍ରଗତି ସଂକ୍ରାନ୍ତରେ ଟିପ୍ପଣୀ ରଖି ସେ କହିଛନ୍ତି, ବାବା ବରଫାନୀଙ୍କ ପାଖକୁ ୮ ଦିନର ତୀର୍ଥଯାତ୍ରା ଶେଷ ହୋଇଛି। ପାଖାପାଖି ୧ ଲକ୍ଷ ୭୦ ହଜାର ତୀର୍ଥଯାତ୍ରୀ ଏଯାବତ୍ ପୂଜାର୍ଚ୍ଚନା କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।