ଫେରାର ପରେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୋଲିସ ଅଧିକାରୀ

Jul 11, 2026 - 14:33
ଫେରାର ପରେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୋଲିସ ଅଧିକାରୀ

ଭୁବନେଶ୍ବର : ଭିଜିଲାନ୍ସ ହାତରେ ଧରାପଡ଼ିଲେ ଫେରାର ଥାନା ଅଧିକାରୀ । ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନାର ଏଏସ୍‌ଆଇ (ASI) ଅକ୍ଷୟ କୁମାର ସେଠୀ ଫେରାର ହେବା ପରେ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଜମିଜମା ମାମଲାର ରଫାଦଫା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଦୁଇଟି ମାମଲାକୁ ଥାନା ସ୍ତରରେ ଫଇସଲା କରିବା ପାଇଁ ସେ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ତେବେ ଭିଜିଲାନ୍ସ ଟିମ୍ କୁ ଦେଖି ୫ ହଜାର ଟଙ୍କା ଲାଞ୍ଚ ଟଙ୍କା ନେଇ ଏଏସଆଇ ଘଟଣାସ୍ଥଳରୁ ମୋଟର ସାଇକେଲରେ ଫେରାର ହୋଇଯାଇଥିଲେ ଅକ୍ଷୟ ସେଠୀ ।

ଗତ ୫ ତାରିଖରେ ଜମି ବିବାଦକୁ ନେଇ ଅଭିଯୋଗକାରୀ ଓ ବିପକ୍ଷ ପକ୍ଷ ପରସ୍ପର ବିରୋଧରେ ନାଚୁଣୀ ଥାନାରେ ୨ଟି ମାମଲା ରୁଜୁ କରିଥିଲେ । ପରେ ଉଭୟ ପକ୍ଷ ମଧ୍ୟରେ ଆପୋଷ ସମାଧାନ ହୋଇଥିଲେ ମଧ୍ୟ ମାମଲାର ଫଇସଲା କରିବା ପାଇଁ ଉଭୟଙ୍କ ଠାରୁ ୫ ହଜାର ଟଙ୍କା ଲେଖାଏଁ ମୋଟ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଅଭିଯୋଗକାରୀ ଓଡ଼ିଶା ବାହାରେ କାର୍ଯ୍ୟରତ ଥିବାରୁ ଶୀଘ୍ର ମାମଲା ଫଇସଲା କରିବାକୁ ଅନୁରୋଧ କରିଥିଲେ । ଏହାପରେ ଗତକାଲି ଶପଥପତ୍ର ସହ ୫ ହଜାର ଟଙ୍କା ଆଣିବାକୁ ଏଏସଆଇ କହିଥିଲେ । ଲାଞ୍ଚ ଦାବିରେ ଅତିଷ୍ଠ ହୋଇ ତେବେ ଅଭିଯୋଗକାରୀ ଭିଜିଲାନ୍ସ ର ଦ୍ୱାରସ୍ଥ ହୋଇଥିଲେ । ଯୋଜନା ମୁତାବକ, ଆଜି ଅଭିଯୋଗକାରୀଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ଭିଜିଲାନ୍ସ ଅଧିକାରୀଙ୍କୁ ଦେଖି ତାଙ୍କ ସହ ମୋଟରସାଇକେଲ ରେ ଫେରାର ହୋଇଯାଇଥିଲେ । ଆଜି ଧରାପଡ଼ିବା ପରେ ତାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।