ହୁତିଙ୍କ ମିସାଇଲ୍ ଆକ୍ରମଣରେ ସାଉଦିର ୨ ବିମାନବନ୍ଦର କ୍ଷତିଗ୍ରସ୍ତ

Oct 07, 2026 - 10:22
ହୁତିଙ୍କ ମିସାଇଲ୍ ଆକ୍ରମଣରେ ସାଉଦିର ୨ ବିମାନବନ୍ଦର କ୍ଷତିଗ୍ରସ୍ତ

ନନ୍ଦିଘୋଷ ବ୍ୟୁରୋ: ସାଉଦି ଆରବ ଏବଂ ୟେମେନର ହୁତି ବିଦ୍ରୋହୀଙ୍କ ମଧ୍ୟରେ ସଂଘର୍ଷ ବୃଦ୍ଧି ପାଇଛି। ଇରାନ-ସମର୍ଥିତ ହୁତିମାନେ ସାଉଦି ଆରବର ଦୁଇଟି ବିମାନବନ୍ଦରକୁ ଟାର୍ଗେଟ କରିଛନ୍ତି। ଏହି ଆକ୍ରମଣରେ ୩ ଜଣ ଲୋକ ଆହତ ହୋଇଛନ୍ତି ଏବଂ ବିମାନବନ୍ଦରକୁ କ୍ଷତି ପହଞ୍ଚାଇଛନ୍ତି । ସାଉଦି ଆରବ ସମର୍ଥିତ ୟେମେନ ସରକାରୀ ବାହିନୀ ହୁତି ବିଦ୍ରୋହୀଙ୍କ କବଜାରେ ଥିବା ଅଞ୍ଚଳଗୁଡ଼ିକୁ ପୁନର୍ବାର ଦଖଲ କରିବା ପାଇଁ ଏକ ବଡ଼ ଧରଣର ଆକ୍ରମଣ ଆରମ୍ଭ କରିଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ଅଭିଯାନକୁ ସମର୍ଥନ କରି ସାଉଦି ଆରବ ମଧ୍ୟ ବିମାନ ଆକ୍ରମଣକୁ ତୀବ୍ର କରିଛି । ଜବାବରେ ହୁତି ବିଦ୍ରୋହୀମାନେ ସାଉଦି ଆରବର ବିମାନବନ୍ଦର, ତୈଳ ପ୍ଲାଣ୍ଟ ଏବଂ ସାମରିକ ଘାଟିକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ ଆରମ୍ଭ କରିଛନ୍ତି । ସାଉଦି ବିମାନ ଚଳାଚଳ ଅଧିକାରୀମାନେ ରିପୋର୍ଟ କରିଛନ୍ତି ଯେ, ଜାଜାନ ଏବଂ ନଜରାନରେ ଥିବା ବିମାନବନ୍ଦର ଉପରେ ଆକ୍ରମଣ କରାଯାଇଛି। ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ନଜରାନ ଅନ୍ତର୍ଜାତୀୟ ବିମାନବନ୍ଦରର କ୍ଷତି ମୂଲ୍ୟାଙ୍କନ କରାଯାଉଛି। ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ନିଆଯାଉଛି ।…

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)