କାକୁଡ଼ିଖାଇଙ୍କୁ କାକୁଡ଼ି ବଳି
ପୁରୀ: କାକୁଡ଼ିଖାଇଙ୍କୁ କାକୁଡ଼ି ବଳି । ଶାରଦୀୟ ପୂଜାରେ ସ୍ବତନ୍ତ୍ର ପରମ୍ପରା । ଶ୍ରୀକ୍ଷେତ୍ର ଅଧିଷ୍ଠାତ୍ରୀ ଦେବୀ ବିମଳାଙ୍କ ପ୍ରତିନିଧି ମାଆ କାକୁଡ଼ି ଖାଇ । ମହାଷ୍ଟମୀରେ ମାଆଙ୍କ ନିକଟରେ କାକୁଡ଼ି ବଳି । ଶ୍ରୀକ୍ଷେତ୍ରରେ ଶକ୍ତି ସ୍ୱରୂପିଣୀ ମାଆ ଦୁର୍ଗାଙ୍କ ଉପାସନା ପାରମ୍ପରିକ ଭାବେ ଷୋଳପୂଜା ଠାରୁ ଆରମ୍ଭ ହୋଇଥିବାବେଳେ ବର୍ତ୍ତମାନ ତ୍ରିଦିନାତ୍ମକ ସ୍ୱତ୍ରନ୍ତ୍ର ପୂଜା ଅନୁଷ୍ଠିତ ହେଉଛି। ଅଧିଷ୍ଟାତ୍ରୀ ଦେବୀ ବିମଳାଙ୍କର ପ୍ରତିନିଧି ମାଆ କାକୁଡିଖାଇ ଶ୍ରୀମନ୍ଦିର ବାହାରେ ପୂଜିତ ହେଉଛନ୍ତି । ବିଶେଷ କରି ଏହି ତ୍ରିଦିନାତ୍ମକ ପୂଜା ସମୟରେ ମାଆଙ୍କ ମୃଣ୍ମୟ ମୂର୍ତ୍ତି ଆବିର୍ଭାବ ହୋଇଥିବା ବେଳେ ବିଳମ୍ବିତ ରାତ୍ରିରେ ସ୍ୱତନ୍ତ୍ର ସନ୍ଧି ପୂଜା କରାଯାଉଛି l ତେବେ ମାଆଙ୍କ ନିକଟରେ ଏହି ସମୟରେ କାକୁଡ଼ି ବଳି ଦେବାର ପରମ୍ପରା କାହିଁ ପ୍ରାଚୀନ କାଳରୁ ଜାରି ରହିଛି ।
ଦୁର୍ଗାପୂଜା ସମୟରେ ଶ୍ରୀମନ୍ଦିରରେ ଦେବୀ ବିମଳାଙ୍କୁ ମହିଳାମାନେ ଦର୍ଶନ କରିବା ବାରଣ ଥିବାରୁ କାକୁଡିଖାଇଙ୍କୁ ଦର୍ଶନ କରିଥାନ୍ତି । ପରିବାର କଲ୍ୟାଣ ଓ ମାନସିକ ପୂର୍ତ୍ତି ଉପଲକ୍ଷେ ମାଆଙ୍କ ନିକଟରେ କାକୁଡ଼ି ବଳି ଦେବାର ପରମ୍ପରା ରହିଛି । ମାଆଙ୍କୁ ପୂଜାର୍ଚ୍ଚନା କରିବା ସହ କାକୁଡି ବଳି ଦେଇ ନିଜ ମୋକାମନା ଜଣାଇ ଆଶିଷ ନିଅନ୍ତି । ତେଣୁ ମହାଅଷ୍ଟମୀରେ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହେଉଥିବା ଦେଖାଯାଇଛି।
ଦେବୀଙ୍କ ନିକଟରେ ଏହି କାକୁଡି ବଳି ପରମ୍ପରା ବେଶ ପ୍ରାଚୀନ ହୋଇଥିବା ହେତୁ ମାଆଙ୍କୁ ଏ ନେଇ କାକୁଡିଖାଇ ନାମରେ ପ୍ରଶିଦ୍ଧ ଥିବା ବିଶ୍ୱାସ ରହିଛି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
