Income Tax : ବିଏସ୍‌ପିର ଦିବଂଗତ ବିଧାୟକ ଉମାଶଙ୍କର ସିଂହଙ୍କ କମ୍ପାନିଗୁଡ଼ିକଠାରୁ ୪୦୦ କୋଟି ଆଦାୟ କରିବ ଆୟକର ବିଭାଗ

Oct 07, 2026 - 10:16
Income Tax : ବିଏସ୍‌ପିର ଦିବଂଗତ ବିଧାୟକ ଉମାଶଙ୍କର ସିଂହଙ୍କ କମ୍ପାନିଗୁଡ଼ିକଠାରୁ ୪୦୦ କୋଟି ଆଦାୟ କରିବ ଆୟକର ବିଭାଗ

"ଲକ୍ଷ୍ନୌ: ବହୁଜନ ସମାଜ ପାର୍ଟି (ବିଏସ୍‌ପି)ର ଦିବଂଗତବିଧାୟକ ଉମାଶଙ୍କର ସିଂହଙ୍କ କମ୍ପାନିଗୁଡ଼ିକଠାରୁ ଆୟକର ବିଭାଗ ୪୦୦ କୋଟି ଟଙ୍କାରୁ ଅଧିକ ଟିକସ ଆଦାୟ କରିବ ବୋଲି ଜଣାପଡ଼ିଛି।

ତାଙ୍କ ବିଭିନ୍ନ ଠିକଣାରେ ହୋଇଥିବା ଚଢ଼ାଉ ସମୟରେ ମିଳିଥିବା ପ୍ରମାଣ ଏବଂ ଟିକସ ଫାଙ୍କିର ପ୍ରମାଣଗୁଡ଼ିକର ବିଶ୍ଳେଷଣ ପରେ ବିଭାଗର ଇନ୍‌ଭେଷ୍ଟିଗେସନ୍ ୱିଙ୍ଗ୍ ଏକ ରିପୋର୍ଟ ପ୍ରସ୍ତୁତ କରିଛି।

ଚୂଡ଼ାନ୍ତ ନିର୍ଦ୍ଧାରଣ ପାଇଁ ଏହି ରିପୋର୍ଟକୁ ନୂଆଦିଲ୍ଲୀସ୍ଥିତ ଆୟକର ମୁଖ୍ୟାଳୟକୁ ପଠାଯିବ।Advertisment ସୂତ୍ର ଅନୁସାରେ, ଅଭିଯୁକ୍ତ କମ୍ପାନିଗୁଡ଼ିକ ବ୍ୟାପକ ଭାବେ ବେଆଇନ ଖଣି ଖନନ କରିବା ଯୋଗୁଁ ରାଜ୍ୟ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଇଥିଲେ।

ଏଥିସହିତ ଆୟକର ବିଭାଗକୁ ମଧ୍ୟ ଟିକସ ମିଳିନଥିଲା।

ଉମାଶଙ୍କର ସିଂହଙ୍କର ଗତ ୬ ଅଗଷ୍ଟରେ ଦେହାନ୍ତ ହୋଇଥିଲା ସୂଚନାଯୋଗ୍ୟ, ବଲିଆର ରସଡ଼ା ଆସନର ବିଧାୟକ ଉମାଶଙ୍କର ସିଂହଙ୍କର ଗତ ୬ ଅଗଷ୍ଟରେ ଦେହାନ୍ତ ହୋଇଥିଲା।

ଏହା ପୂର୍ବରୁ ଫେବ୍ରୁଆରି ମାସରେ ଆୟକର ବିଭାଗର ଇନ୍‌ଭେଷ୍ଟିଗେସନ୍ ୱିଙ୍ଗ୍ ତାଙ୍କ ଲକ୍ଷ୍ନୌ, ବଲିଆ, ସୋନଭଦ୍ର, ମିର୍ଜାପୁର, ପ୍ରୟାଗରାଜ ଓ କୌଶାମ୍ବୀ ସମେତ ୩୦ରୁ ଅଧିକ ଠିକଣାରେ ଚଢ଼ାଉ କରିଥିଲା।

ଏହି ଚଢ଼ାଉରେ ବେଆଇନ ଖଣି ଖନନ ଏବଂ ସମ୍ପତ୍ତି ସମ୍ପର୍କିତ ଦଲିଲ ସହ ୧୦ କୋଟି ଟଙ୍କା ନଗଦ ଜବତ ହୋଇଥିଲା।

ତାଙ୍କ "ଛାତ୍ରଶକ୍ତି କନ୍‌ଷ୍ଟ୍ରକ୍ସନ୍" କମ୍ପାନି ଏବଂ "ସାଇଁ ରାମ ଏଣ୍ଟରପ୍ରାଇଜେସ୍‌" ନାମରେ ସଡ଼କ ନିର୍ମାଣ ଓ ଖଣି କାର୍ଯ୍ୟ ସହ ଜଡ଼ିତ ବ୍ୟବସାୟରେ ବ୍ୟାପକ ଟିକସ ଫାଙ୍କି ହୋଇଥିବାର ଦୃଢ଼ ସୁରାକ୍‌ ମିଳିବା ପରେ ଏହି ଚଢ଼ାଉ କରାଯାଇଥିଲା।

୬୦ କୋଟି ଟଙ୍କାର ରାଜସ୍ୱ କ୍ଷତି ବାସ୍ତବରେ, ସୋନଭଦ୍ରରେ ବେଆଇନ ଖଣି ଖନନ ଯୋଗୁଁ ପ୍ରାୟ ୬୦ କୋଟି ଟଙ୍କାର ରାଜସ୍ୱ କ୍ଷତି ହୋଇଥିବା କ୍ୟାଗ୍‌ (CAG) ରିପୋର୍ଟରେ ଉଲ୍ଲେଖ ହେବା ପରେ ଆୟକର ବିଭାଗ ଏହି ତଦନ୍ତ ଆରମ୍ଭ କରିଥିଲା।

ଆୟକର ବିଭାଗ ମିର୍ଜାପୁର ଓ ସୋନଭଦ୍ରରେ ଡ୍ରୋନ୍ ଏବଂ ସାଟେଲାଇଟ୍ ଇମେଜିଂ ମାଧ୍ୟମରେ ମଧ୍ୟ ବେଆଇନ ଖଣି ଖନନର ପ୍ରମାଣ ସଂଗ୍ରହ କରିଥିଲା।

Accident: ପାର୍କିଂରେ ଥିବା ଟ୍ରକ୍‌କୁ ଶକ୍ତ ଧକ୍କା ଦେଲା ଅନିୟନ୍ତ୍ରିତ କାର୍‌; ତିନି ଜଣ ଖେଳାଳିଙ୍କର ମୃତ୍ୟୁ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)