ହାତକଡି ବାନ୍ଧି ଦୌଡ

Nov 14, 2026 - 06:40
ହାତକଡି ବାନ୍ଧି ଦୌଡ

 

ସ୍ପେନର ଜଣେ ପୋଲିସ ଦମ୍ପତି ହାତରେ ହାତକଡ଼ି ଲଗାଇ ଏକାଠି ୧୦୧ କିଲୋମିଟର ଦୂରତା ବିଶିଷ୍ଟ ଏକ ଦୌଡ଼ ପ୍ରତିଯୋଗିତାକୁ ସଫଳତାର ସହ ଶେଷ କରିଛନ୍ତି । ସେମାନେ ଏହି ବ୍ୟବଧାନକୁ ୧୭ ଘଣ୍ଟା ୩୧ ମିନିଟ୍ ୩୯ ସେକେଣ୍ଡରେ ଶେଷ କରି ଗିନିଜ ୱାର୍ଲ୍ଡ ରେକର୍ଡରେ ନିଜ ନାଁ ସାମିଲ କରିଛନ୍ତି । ଦକ୍ଷିଣ ସ୍ପେନର ରୋଣ୍ଡାଠାରେ ମେ' ୯ ତାରିଖରେ ସ୍ପେନିସ୍ ଆର୍ମି ଦ୍ୱାରା ଆୟୋଜିତ ଏହି ପାର୍ବତ୍ୟ ଅଞ୍ଚଳର କଠିନ ଦୌଡ଼ରେ ଉଭୟ ଭାଗନେଇଥିଲେ । ସୂଚନା ଅନୁସାରେ ୪୬ ବର୍ଷୀୟା ଜେସିକା ମୁନୋଜ ପାରେଡେସ୍ ଏବଂ ୪୦ ବର୍ଷୀୟ ପେଲାୟୋ ଆଲଭାରେଜ୍ ରେଭୁଏଲ୍ଟା ସମଗ୍ର ରାସ୍ତାରେ ପରସ୍ପର ସହ ହାତକଡ଼ିରେ ବାନ୍ଧିହୋଇ ରହିଥିଲେ । ପ୍ରତି ପାଦରେ ପରସ୍ପରର ଗତି ସହ ତାଳ ଦେଇ ଅନେକ ପ୍ରତିଯୋଗୀ ଅଧାବାଟରୁ ବିଦା ହୋଇଥିଲେ ମଧ୍ୟ ଦୃଢ଼ ମନୋବଳ ସହ ଏହାକୁ ଉଭୟ ଶେଷ କରିଥିଲେ । ଜେସିକାଙ୍କ ମତରେ, ଏହି ହାତକଡ଼ି କୌଣସି ବାଧା ନ ହୋଇ ପରସ୍ପର ପ୍ରତି ବିଶ୍ୱାସ ଓ ମିଳିତ ସହଯୋଗର ଏକ ପ୍ରତୀକ ପାଲଟିଥିଲା ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)