ହାଇ ଆର୍ଲଟରେ ଶ୍ରୀ ମହାକାଳେଶ୍ବର ମନ୍ଦିର !

Oct 23, 2026 - 13:07
ହାଇ ଆର୍ଲଟରେ ଶ୍ରୀ ମହାକାଳେଶ୍ବର ମନ୍ଦିର !

ନନ୍ଦିଘୋଷ ବ୍ୟୁରୋ: ରାତି ଅଧରେ ମହାକାଳେଶ୍ବର ମନ୍ଦିର ଭିତରେ ଛାଉଣୀ ହେଲେ NSG କମାଣ୍ଡୋ । ୧୦୦ ରୁ ଅଧିକ କମାଣ୍ଡୋଙ୍କ ସୁରକ୍ଷା ବଳୟରେ ରହିଲା ପୁରା ମନ୍ଦିର । ହେଲେ ଏମିତି ହଠାତ କଣ ହେଲା ଯେ, ମନ୍ଦିରର ସୁରକ୍ଷା ଏତେ ମାତ୍ରାରେ ବଢାଇ ଦିଆଗଲା ? କୌଣସି ଆକ୍ରମଣର ମିଳିଥିଲା କି ଆଭାସ ? ଏମିତି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି । ହେଲେ ଏଥିରେ ଡରିବାର କିଛି ନାହିଁ ।   ଏହା କୌଣସି ଆକ୍ରମଣ ପାଇଁ କରାଯାଇନଥିଲା ବରଂ ଆକ୍ରମଣର ଆଭାସ ମିଳିଲେ ସେଥିପାଇଁ ପୂର୍ବରୁ କିଭଳି ସୁରକ୍ଷା ଦିଆଯାଇପରିବ ସେଥିପାଇଁ ଏହା ଥିଲା ମକଡ୍ରିଲ୍ । ଏନେଇ ଦେଶର ପ୍ରମୁଖ ଧାର୍ମିକ ସ୍ଥଳ ମଧ୍ୟରେ ସାମିଲ ଥିବା ଶ୍ରୀ ମହାକାଳେଶ୍ବର ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ଅଭେଦ୍ୟ କରିବା ପାଇଁ ଜାତୀୟ ସୁରକ୍ଷା ଗାର୍ଡ ବା NSG ଗୁରୁବାର ବିଳମ୍ବିତ ରାତିରେ ସ୍ଥାନୀୟ ପୋଲିସ ଏବଂ ପ୍ରଶାସନ ସହ ମିଶି ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ମକଡ୍ରିଲ୍ କରିଛି। ରାତି ୧୧ଟାରୁ ୨ଟା ପର୍ଯ୍ୟନ୍ତ ଚାଲିଥିବା ଏହି ସ୍ବତନ୍ତ୍ର ଅଭ୍ୟାସରେ ୧୦୦ ରୁ ଅଧିକ କମୋଣ୍ଡୋ, ପୋଲିସ ଏବଂ ପ୍ରଶାସନିକ ଅଧିକାରୀ ସାମିଲ ହୋଇଥିଲେ । ଏହି ଡ୍ରିଲ୍ ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯେକୌଣସି ସୁରକ୍ଷା ବିପଦ ପାଇଁ ପ୍ରସ୍ତୁତିକୁ ମୂଲ୍ୟାଙ୍କନ କରିବା, ଏବଂ ଜରୁରୀକାଳୀନ ପରିସ୍ଥିତିରେ ଦ୍ରୁତ ପ୍ରତିକ୍ରିୟା କ୍ଷମତାକୁ ଉନ୍ନତ କରିବା ।

ଉଜ୍ଜୟିନୀର ଶ୍ରୀ ମହାକାଳେଶ୍ବର ମନ୍ଦିର ପରିସରରେ NSG କମାଣ୍ଡୋ, ମଧ୍ୟପ୍ରଦେଶ ସ୍ପେଶାଲ ଟାକ୍ସ ଫୋର୍ସ, ସ୍ଥାନୀୟ ପୋଲିସ ଏବଂ ମନ୍ଦିର ପ୍ରଶାସନ ମିଳିତ ଭାବେ ଏକ ସୁରକ୍ଷା ମକଡ୍ରିଲ କରିଥିଲେ । ଏଥିରେ ସୁରକ୍ଷା ଏଜେନ୍ସିଗୁଡିକ ସମ୍ଭାବ୍ୟ ଆତଙ୍କବାଦ, ବିପର୍ଯ୍ୟୟ କିମ୍ବା ଅନ୍ୟାନ୍ୟ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ ସେମାନଙ୍କର ପ୍ରସ୍ତୁତି ପରୀକ୍ଷା କରିଥିଲେ । ଏହାସହ ସୁରକ୍ଷାର ଏକ ଅଂଶସ୍ବରୂପ NSG ଅଧିକାରୀ, ମନ୍ଦିର ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ସହିତ ଏକ ଟେବୁଲଟପ୍ ଏକ୍ସରସାଇଜ୍ ବି କରାଯାଇଥିଲା । ଅଧିକାରୀମାନେ ବିଭିନ୍ନ ସୁରକ୍ଷା ଚିନ୍ତାର ମୂଲ୍ୟାଙ୍କନ କରି ସମ୍ଭାବ୍ୟ ଦୁର୍ବଳତା ଚିହ୍ନଟ କରିଥିଲେ ଏବଂ ତାର ସମାଧାନ ଉପରେ ମନ୍ଥନ କରିଥିଲେ ।

 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)