କୋଟିଆ ଗସ୍ତରେ ବିଜେଡି ଟିମ୍, ନବୀନଙ୍କ ନିର୍ଦ୍ଦେଶରେ ଯିବେ ୧୫ ଜଣିଆ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ
ଭୁବନେଶ୍ବର: ଆଜି କୋଟିଆ ଯିବ ବିଜେଡି ଟିମ୍। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ କୋଟିଆ ଯିବ ବିଜେଡିର ୧୫ ଜଣିଆ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ। କୋଟିଆ ଗସ୍ତ କରି ନବୀନଙ୍କୁ ରିପୋର୍ଟ ଦେବେ ବିଜେଡି ଟିମ୍। ପ୍ରତିନିଧି ଦଳରେ ବିଧାୟକ ମନୋହର ରନ୍ଧାରୀ, ପୂର୍ବତନ ମନ୍ତ୍ରୀ ରମେଶ ମାଝୀ, ଜଗନ୍ନାଥ ସାରକା, ରବି ନାରାୟଣ ନନ୍ଦ, ପୂର୍ବତନ ସାଂସଦ ଝିନ ହିକକା ଓ ପ୍ରଦୀପ ମାଝୀ, ପୂର୍ବତନ ବିଧାୟକ ପ୍ରଭୁ ଜାନି, ମାନସ ମାଡକାମୀ, ରଘୁରାମ ପଡାଲ, ପ୍ରଫୁଲ ପାଙ୍ଗି, ପ୍ରିତମ ପାଢ଼ୀ, ବିଜେଡି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର, ବିଜେଡି ଆଦିବାସୀ ସେଲ ସାଧାରଣ ସମ୍ପାଦକ କୌଶଲ୍ୟା ହିକକା, କୋରାପୁଟ ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା ଓ କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ। ଏହି ପ୍ରତିନିଧି ଦଳ କୋଟିଆ ଅଞ୍ଚଳର ଲୋକଙ୍କ ସହ ଆଲୋଚନା କରିବା ସହିତ, ଉପାନ୍ତ ଅଞ୍ଚଳ ପରିଦର୍ଶନ କରିବ। ଏବଂ ଜିଲ୍ଳା ପ୍ରଶାସନ ସହ ମଧ୍ୟ ଆଲୋଚନା କରିବ। ଓଡ଼ିଆ ସ୍ୱାଭିମାନ ଉପରେ ଏପରି ଆକ୍ରମଣ ତଥା ଓଡ଼ିଶାର ସ୍ୱାର୍ଥ ରକ୍ଷାରେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ନବୀନ ଉଦବେଗ ପ୍ରକାଶ କରିବା ସହ ତୁରନ୍ତ ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
