ଆଜି ଭାରତ-ନ୍ୟୁଜିଲ୍ୟାଣ୍ଡ ଟକ୍କର !

Oct 24, 2026 - 10:59
ଆଜି ଭାରତ-ନ୍ୟୁଜିଲ୍ୟାଣ୍ଡ ଟକ୍କର !

ନନ୍ଦିଘୋଷ ବ୍ୟୁରୋ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଆଜି ହେଉଛି ଦ୍ଵିତୀୟ ମ୍ୟାଚ୍ । ଖ୍ରୀଷ୍ଟଚର୍ଚ୍ଚର ହେଗ୍‌ଲି ଓଭାଲ୍ ଠାରେ ଖେଳାଯିବ ଏହି ମ୍ୟାଚ୍ । ଭାରତୀୟ ସମୟ ଅନୁସାରେ ମଧ୍ୟାହ୍ନ ୧୨ଟାରେ ଟସ୍ ପଡିବ ଏବଂ ୧୨ ଟା ୩୦ ମିନିଟ୍‌ରେ ମ୍ୟାଚ୍ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ରେ ସଞ୍ଜୁ ସାମସନଙ୍କ ବିସ୍ଫୋରକ ୬୭ ରନ୍ ବଳରେ ଭାରତ ବିଜୟ ହାସଲ କରି ସିରିଜ୍‌ରେ ୧-୦ ରେ ଆଗୁଆ ରହିଛି।ଶ୍ରେୟାସ ଆୟରଙ୍କ ନେତୃତ୍ଵରେ ଯୁବ ଭାରତୀୟ ଦଳ ଏହି ଗ୍ରାଉଣ୍ଡରେ ପ୍ରଥମ ମ୍ୟାଚ୍‌ରେ ୨୨୬ ରନ୍‌ର ଏକ ବିଶାଳ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ସବୁଠାରୁ ବଡ଼ ସଫଳ ରନ୍ ଚେଜ୍‌ର ରେକର୍ଡ କରିଥିଲା। ତେବେ ଆଜି ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆହତ ସମସ୍ୟା କାରଣରୁ ଷ୍ଟାର୍ ୱିକେଟକିପର ବ୍ୟାଟର ଈଶାନ କିଷାନ ଦ୍ଵିତୀୟ ଟି-୨୦ରୁ ବାଦ୍ ପଡ଼ିଛନ୍ତି। ତେଣୁ ତାଙ୍କ ସ୍ଥାନରେ ୧୫ ବର୍ଷୀୟ ଯୁବ ସେନସେସନ ବୈଭବ ସୂର୍ଯ୍ୟବଂଶୀ ଙ୍କୁ ପ୍ଲେଇଙ୍ଗ୍-୧୧ରେ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ଭାରତୀୟ ଦଳ ୨-୦ ରେ ସିରିଜରେ ଆଗକୁ ବଢିବାକୁ ଲକ୍ଷ୍ୟ ରଖି ମୈଦାନକୁ ଓହ୍ଲାଇବ । ଅପରପକ୍ଷରେ, ଘରୋଇ ନ୍ୟୁଜିଲ୍ୟାଣ୍ଡ ଦଳ ମିଚେଲ ସାଣ୍ଟନରଙ୍କ ଅଧିନାୟକତ୍ୱରେ ଆଜିର ମ୍ୟାଚ୍ ଜିତି ସିରିଜ୍‌କୁ ବରାବର କରିବା ପାଇଁ ଜୋରଦାର ପ୍ରସ୍ତୁତି କରିଛି। ହେଗ୍‌ଲି ଓଭାଲ୍‌ର ପିଚ୍ ବ୍ୟାଟିଂ ଅନୁକୂଳ ହୋଇଥିବାରୁ ପୁଣି ଏକ ହାଇ-ସ୍କୋରିଂ ମ୍ୟାଚ୍ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି।

କହିରଖୁଛୁ ଯେ, ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଏପର୍ଯ୍ୟନ୍ତ ୩୨ ଟି ଆନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇଛି । ଯେଉଁଥିରୁ ୧୮ ଟି ମ୍ୟାଚ୍ ରେ ଭାରତ ବିଜୟ ହାସଲ କରିଥିବା ବେଳେ ନ୍ୟୁଜିଲାଣ୍ଡ ୧୧ଟି ମ୍ୟାଚ୍ ଜିତିପାରିଛି । ସେହିଭଳି ୩ଟି ମ୍ୟାଚ୍ ଟାଏ ମଧ୍ୟ ହୋଇଥିଲା । ତଥାପି ତିନୋଟି ଟାଏ ମ୍ୟାଚ୍ ମଧ୍ୟରୁ ଦୁଇଟି ସୁପରଓଭରରେ ପରିଣତ ହୋଇଥିଲା , ଯେଉଁଥିରେ ଭାରତ ବିଜୟୀ ହୋଇଥିଲା ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)