କାଇରୋ ନିକଟରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା

Nov 09, 2026 - 09:53
କାଇରୋ ନିକଟରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା

ନନ୍ଦିଘୋଷ ବ୍ୟୁରୋ: ଇଜିପ୍ଟର ରାଜଧାନୀ କାଇରୋ ନିକଟରେ ଘଟିଛି ଭୟଙ୍କର ଟ୍ରେନ୍ ଦୁର୍ଘଟଣା। ଦୁଇଟି ଟ୍ରେନ୍ ମଧ୍ୟରେ ଧକ୍କା ହେବା ଫଳରେ ଅତି କମ୍‌ରେ ୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି।

ନଭେମ୍ବର ୮ ତାରିଖରେ ଗିଜାରୁ ଫାୟୁମ୍ ଯାଉଥିବା ଏକ ଟ୍ରେନ୍ ଏବଂ କାଇରୋରୁ ଆସୱାନ୍ ଯାଉଥିବା ଅନ୍ୟ ଏକ ଟ୍ରେନ୍ ଅଲ୍–ଆୟାତ୍ ଅଞ୍ଚଳରେ ପରସ୍ପର ସହ ଧକ୍କା ହୋଇଥିଲେ। ଏହାଫଳରେ ଟ୍ରେନ୍‌ର ଅନେକ ବଗି ଲାଇନଚ୍ୟୁତ ହୋଇଯାଇଥିଲା। ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ।

ଏହି ଦୁର୍ଘଟଣାରେ ଅନେକ ଲୋକ ମୃତାହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଘଟଣାକୁ ନେଇ ଇଜିପ୍ଟର ରାଷ୍ଟ୍ରପତି ଅବଦେଲ ଫତାହ ଅଲ୍–ସିସି ଗଭୀର ଶୋକ ପ୍ରକାଶ କରିଛନ୍ତି। ଏଥିସହ ଦୁର୍ଘଟଣାର ତୁରନ୍ତ ତଦନ୍ତ କରିବାକୁ ସେ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ଘଟଣା ପଛରେ କାହାର ଅବହେଳା ଥିଲେ, ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।

ଉଦ୍ଧାରକାରୀ ଦଳ କ୍ରେନ୍ ସାହାଯ୍ୟରେ ଦୁର୍ଘଟଣାଗ୍ରସ୍ତ ବଗି ଓ ଭଗ୍ନାବଶେଷ ହଟାଇବା କାମ ଜାରି ରଖିଛନ୍ତି। ଦୁର୍ଘଟଣାର ପ୍ରକୃତ କାରଣ ଜାଣିବାକୁ ତଦନ୍ତ ଆରମ୍ଭ ହୋଇଛି। ଇଜିପ୍ଟରେ ରେଳ ଦୁର୍ଘଟଣାର ଇତିହାସ ବେଶ୍ ଭୟଙ୍କର। ୨୦୦୨ ମସିହାରେ କାଇରୋର ଦକ୍ଷିଣରେ ଏକ ଟ୍ରେନ୍‌ରେ ଅଗ୍ନିକାଣ୍ଡ ଘଟି ୩୭୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା। ସେହିପରି ୨୦୦୯ ମସିହାରେ ମଧ୍ୟ ଏହି ଅଞ୍ଚଳରେ ଏକାଧିକ ଟ୍ରେନ୍ ଦୁର୍ଘଟଣା ଘଟିଥିଲା।

ଆଫ୍ରିକାର ସବୁଠାରୁ ବଡ଼ ରେଳ ନେଟୱାର୍କ ମଧ୍ୟରୁ ଅନ୍ୟତମ ହେଉଛି ଇଜିପ୍ଟର ରେଳ ବ୍ୟବସ୍ଥା। ଦେଶର ୧୧ କୋଟିରୁ ଅଧିକ ଲୋକ ଯାତାୟାତ ପାଇଁ ଏହା ଉପରେ ନିର୍ଭର କରନ୍ତି। ତଥାପି ବାରମ୍ବାର ଦୁର୍ଘଟଣା ରେଳ ସୁରକ୍ଷାକୁ ନେଇ ଗମ୍ଭୀର ପ୍ରଶ୍ନ ସୃଷ୍ଟି କରୁଛି। ଗତ କିଛି ବର୍ଷ ମଧ୍ୟରେ ଇଜିପ୍ଟ ସରକାର ରାସ୍ତାଘାଟ ଓ ହାଇସ୍ପିଡ୍ ରେଳପଥ ନିର୍ମାଣ ପାଇଁ କୋଟି କୋଟି ଡଲାର ଖର୍ଚ୍ଚ କରିଛନ୍ତି। ହେଲେ ପୁରୁଣା ରେଳ ନେଟୱାର୍କର ଅନେକ ଅଂଶ ଏବେ ବି ଆଧୁନିକୀକରଣ ଅପେକ୍ଷାରେ ରହିଛି। ବାରମ୍ବାର ଘଟୁଥିବା ଏଭଳି ଦୁର୍ଘଟଣା ରେଳ ସୁରକ୍ଷା ଓ ଭିତ୍ତିଭୂମିର ଉନ୍ନତିକୁ ନେଇ ଚିନ୍ତା ବଢ଼ାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)