Mother's Love: ସନ୍ତାନର ଭବିଷ୍ୟତ ପାଇଁ ରାସ୍ତାରେ ମା’ କରୁଛି ସଂଘର୍ଷ

Nov 09, 2026 - 17:06
Mother's Love: ସନ୍ତାନର ଭବିଷ୍ୟତ ପାଇଁ ରାସ୍ତାରେ ମା’ କରୁଛି ସଂଘର୍ଷ

ମା'ର ମମତା ଓ ସନ୍ତାନ ପ୍ରତି ଦାୟିତ୍ୱ ଆଗରେ ହାର ମାନିଥାଏ ସବୁ ବାଧାବିଘ୍ନ।

ନିଜ ପିଲାର ଭବିଷ୍ୟତକୁ ସୁନ୍ଦର କରିବା ପାଇଁ ଜଣେ ମା' କେତେ କଷ୍ଟ ସହିପାରେ, ତାହାର ଏକ ହୃଦୟସ୍ପର୍ଶୀ ଉଦାହରଣ ସାମ୍ନାକୁ ଆସିଛି।

କର୍ଣ୍ଣାଟକର ବେଙ୍ଗାଲୁରୁ ସହରର ଏମ୍‌ଜି ରୋଡ୍‌ରେ ଜଣେ ମହିଳା କୋଳରେ ନିଜର ଛୋଟ ପିଲାକୁ ଧରି ହାତରେ ପୋଲାରଏଡ୍‌ କ୍ୟାମେରା ଧରି ରୋଜଗାର କରୁଛନ୍ତି।

ତାଙ୍କର ଏହି ଦୃଶ୍ୟ ଲୋକଙ୍କ ମନକୁ ଛୁଇଁଛି।

Advertisment ବେଙ୍ଗାଲୁରୁ ର ଏମ୍‌ଜି ରୋଡ୍‌ ଏକ ବ୍ୟସ୍ତବହୁଳ ଅଞ୍ଚଳ।

ପ୍ରତିଦିନ ଏଠାକୁ ଶହ ଶହ ଲୋକ ଆସିଥାନ୍ତି।

କେହି ଅଫିସ୍‌ ଯିବାକୁ ତ ଆଉ କେହି ବନ୍ଧୁଙ୍କ ସହ ସମୟ ବିତାଇବାକୁ ଆସନ୍ତି।

ଏହି ଭିଡ଼ ଭିତରେ ମହିଳା ଜଣକ ହାତରେ ପୋଲାରଏଡ୍‌ କ୍ୟାମେରା ଧରି ଲୋକଙ୍କ ଅପେକ୍ଷାରେ ରହିଥାନ୍ତି।

ତାଙ୍କ ସହ ସବୁବେଳେ ରହିଥାଏ ତାଙ୍କର କୁନି ପିଲା।

ଏହି କ୍ୟାମେରା ମାଧ୍ୟମରେ ସେ ଲୋକଙ୍କ ଫଟୋ ଉଠାଇ ତୁରନ୍ତ ପ୍ରିଣ୍ଟ କରି ଦେଉଛନ୍ତି।

ଛୋଟିଆ ଉଦ୍ୟମରେ ରୋଜଗାର ସୁଯୋଗ ପୋଲାରଏଡ୍‌ କ୍ୟାମେରାର ବିଶେଷତ୍ୱ ହେଉଛି, ଫଟୋ ଉଠାଇବା ପରେ ତୁରନ୍ତ ତାହାର ପ୍ରିଣ୍ଟ ମିଳିଯାଏ।

ଏହାକୁ ଲୋକମାନେ ଏକ ସ୍ମୃତି ଭାବେ ନିଜ ସହ ନେଇପାରନ୍ତି।

ମହିଳା ଜଣକ ଏହି ଛୋଟିଆ ଉଦ୍ୟମ ମାଧ୍ୟମରେ ନିଜ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି କରୁଛନ୍ତି।

ତାଙ୍କର ଏହି ପ୍ରୟାସ ପଛରେ କେବଳ ଅର୍ଥ ଉପାର୍ଜନ ନୁହେଁ, ବରଂ ନିଜ ପିଲାକୁ ଏକ ଭଲ ଭବିଷ୍ୟତ ଦେବାର ସ୍ୱପ୍ନ ରହିଛି।

ଅନେକ ମହିଳାଙ୍କ ପାଇଁ ପ୍ରେରଣା କୋଳରେ ଛୋଟ ପିଲାକୁ ଧରି କାମ କରିବା ଆଦୌ ସହଜ ନୁହେଁ।

ତଥାପି ସେ ନିଜ ଦାୟିତ୍ୱରୁ ପଛକୁ ହଟୁନାହାନ୍ତି।

ପରିବାରର ଦାୟିତ୍ୱ ତୁଲାଇବା ସହ ନିଜ ଗୋଡ଼ରେ ଠିଆ ହେବାର ତାଙ୍କର ଏହି ଚେଷ୍ଟା ଅନେକ ମହିଳାଙ୍କ ପାଇଁ ପ୍ରେରଣାଦାୟୀ।

ତାଙ୍କ କାହାଣୀ ମନେ ପକାଇଦେଉଛି ଯେ, ଜଣେ ମା' ନିଜ ସନ୍ତାନର ଉନ୍ନତ ଭବିଷ୍ୟତ ପାଇଁ କେତେ ତ୍ୟାଗ ଓ ପରିଶ୍ରମ କରିପାରେ।

Olympiad: ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର: ଜେଇଇ ବିନା ଆଇଆଇଟି-ଆଇଆଇଆଇଟିରେ ହୋଇପାରୁଛି ନାମଲେଖା!

ସୋସିଆଲ ମିଡିଆରେ 'ବେଟର ଇଣ୍ଡିଆ' ମାଧ୍ୟମରେ ଏହି ମହିଳାଙ୍କ କାହାଣୀ ସେୟାର କରାଯାଇ ଲୋକଙ୍କୁ ଏକ ଅନୁରୋଧ କରାଯାଇଛି।

ଯଦି କେହି ବେଙ୍ଗାଲୁରୁର ଏମ୍‌ଜି ରୋଡ୍‌ ଦେଇ ଯାଉଥିବା ସମୟରେ ଏହି ମହିଳାଙ୍କୁ ଦେଖନ୍ତି, ତେବେ ଟିକିଏ ସମୟ ବାହାର କରି ତାଙ୍କଠାରୁ ଫଟୋ ଉଠାଇବାକୁ ଅନୁରୋଧ କରାଯାଇଛି।

ଲୋକଙ୍କ ଏହି ଛୋଟିଆ ସହଯୋଗ ତାଙ୍କୁ ରୋଜଗାରର ସୁଯୋଗ ଦେବା ସହ ନିଜ ଦକ୍ଷତାକୁ ଆଗକୁ ବଢ଼ାଇବାରେ ସାହାଯ୍ୟ କରିପାରିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)