28 JUNE 2026

Welcome!

Unlock your personalized experience.
Sign Up

ସଂଘବଦ୍ଧ ଆକ୍ରମଣରେ ଜଣେ ମୃତ ଘଟଣା : ୬ ଗିରଫ

Jun 27, 2026 - 23:16
ସଂଘବଦ୍ଧ ଆକ୍ରମଣରେ ଜଣେ ମୃତ ଘଟଣା : ୬ ଗିରଫ

କନ୍ଧମାଳ, ୨୭।୬: କନ୍ଧମାଳ ଜିଲ୍ଲା ସଦର ଥାନା ଅଞ୍ଚଳରେ ଗତ ୨୧ ତାରିଖରେ ଘଟିଥିବା ଗୋଷ୍ଠୀଗତ ସଂଘବଦ୍ଧ ଆକ୍ରମଣ ଘଟଣାରେ ପୋଲିସକୁ ବଡ଼ ସଫଳତା ମିଳିଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୬ ଜଣଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ଏହି ଘଟଣାରେ ୨ ଜଣ ନାବାଳକ ପୁଲିସ ହାତରେ ଧରାପଡିଛନ୍ତି। ଗିରଫ ଅଭିଯୁକ୍ତ ମାନେ ହେଲେ ବିମଳ ସୁନା, ଅମର କୁମାର ସାହାଣୀ, ଗୋପାଳ କିଶୋର ସୁନା, ସୀମାଞ୍ଚଳ ବେହେରା, ରାଜେନ୍ଦ୍ର ବେହେରା ବାଇଧର ବେହେରା ।

ସଦର ଥାନା ଅନ୍ତର୍ଗତ ସୁଡ୍ରୁକୁମ୍ପା ପଞ୍ଚାୟତର ଦଡ଼ମାସ୍କା ଗ୍ରାମରେ ଏହି ଘଟଣା ଘଟିଥିଲା। ଟାଙ୍ଗିଆ ଆକ୍ରମଣରେ ପାତିଆମ୍ବା ନିକଟସ୍ଥ ଦଳପଡ଼ା ଗ୍ରାମର ଅକୃର ବେହେରାଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ୩ ଜଣ ଗୁରୁତର ଆହତ ହୋଇ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ।

ପୋଲିସ ସୂଚନା ଅନୁଯାୟୀ, ସୁନା ପରିବାର ଓ ବେହେରା ପରିବାରର ଦୁଇ ନାବାଳକଙ୍କ ମଧ୍ୟରେ ହୋଇଥିବା ବିବାଦକୁ କେନ୍ଦ୍ର କରି ପରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ। ଏହାପରେ ଉଭୟ ପକ୍ଷରୁ କାତି, ଟାଙ୍ଗିଆ, ଖଣ୍ଡାରେ ଆକ୍ରମଣ ହୋଇଥିଲା। ଏଥିରେ ଅକୃର ବେହେରାଙ୍କ ମୃତ୍ୟୁ ଘଟିଥିଲା। ଘଟଣାର ତଦନ୍ତ ପରେ ପୋଲିସ ଉଭୟ ପକ୍ଷରୁ ଦୁଇ ନାବାଳକ ସହ ୮ ଜଣଙ୍କୁ ଧରାପଡିଥିବା ଅନ୍ୟ କିଛି ଅଭିଯୁକ୍ତ ଫେରାର ଥିବା କନ୍ଧମାଳ ଏସପି ସୂଚନା ଦେଇଛନ୍ତି।

ଆହୁରି ପଢନ୍ତୁ : ମା’-ଝିଅଙ୍କ ତଣ୍ଟିକାଟି ହତ୍ୟା କଲେ ଦୁର୍ବୃତ୍ତ