Crime : ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ, ବୁଲାଇଲେ ଖଣ୍ଡା
ଭୁବନେଶ୍ବର,୨୭।୬ : ରାଜଧାନୀ ଭୁବନେଶ୍ୱରରେ ପୁଣି ଥରେ ଦୁର୍ବୃତ୍ତଙ୍କ ଆତଙ୍କ ଦେଖିବାକୁ ମିଳିଛି। ଖଣ୍ଡା ବୁଲାଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛନ୍ତି ଦୁର୍ବୃତ୍ତ। ଏହି ଘଟଣା ଖାରବେଳ ଥାନା ଅଧୀନ ୟୁନିଟ-୪ ଅଞ୍ଚଳରେ ଘଟିଛି।
ସୂଚନା ଅନୁସାରେ, କିଛି ଦିନ ପୂର୍ବରୁ ଏହି ଅଞ୍ଚଳରେ ଗୋଟିଏ ଗୋଷ୍ଠୀ ଖଣ୍ଡା ବୁଲାଇ ନିଜର ଦବଦବା ଦେଖାଇଥିଲା। ସେହି ଘଟଣାର ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ପ୍ରତିପକ୍ଷ ଗୋଷ୍ଠୀ ଆଜି ସମାନ ଢଙ୍ଗରେ ଖଣ୍ଡା ବୁଲାଇ ଶକ୍ତି ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି।ଦୁର୍ବୃତ୍ତମାନେ ଖୋଲା ରାସ୍ତାରେ ଖଣ୍ଡା ବୁଲାଇବା ସହ ଲୋକଙ୍କ ମନରେ ଭୟ ସୃଷ୍ଟି କରିଥିଲେ। ଖବର ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ବର୍ତ୍ତମାନ ଖଣ୍ଡା ବୁଲାଇଥିବା ଅଭିଯୁକ୍ତମାନଙ୍କୁ ଧରିବା ପାଇଁ କମିଶନରେଟ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଅଞ୍ଚଳର ସିସିଟିଭି ଫୁଟେଜ୍ ପୁଲିସ ଯାଞ୍ଚ କରୁଛି ।
ସୂଚନାଯୋଗ୍ୟ ଯେ ଗତ ୨୩ ତାରିଖ ରାତିରେ ଶ୍ରୀୟା ଫିଲ୍ମ ହଲ୍ ସାମ୍ନାରେ କିଛି ଦୁର୍ବୃତ୍ତ ଖଣ୍ଡା ଧରି ଉତ୍ପାତ ସୃଷ୍ଟି କରିବା ସହ ଷ୍ଟ୍ରିଟ୍ ଫୁଡ୍ ଦୋକାନଗୁଡ଼ିକରେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ମୋମୋ, ଚାଟ୍ ଓ ଗୁପଚୁପ୍ ଦୋକାନକୁ ଟାର୍ଗେଟ୍ କରି ଦୁର୍ବୃତ୍ତମାନେ ଭଙ୍ଗାରୁଜା କରିଥିଲେ। ହଠାତ୍ ଆକ୍ରମଣରେ ଭୟଭୀତ ହୋଇ ଅନେକ ଷ୍ଟ୍ରିଟ୍ ଫୁଡ୍ ବ୍ୟବସାୟୀ ଦୋକାନ ଛାଡ଼ି ପ୍ରାଣ ବଞ୍ଚାଇବା ପାଇଁ ଦୌଡ଼ି ପଳାଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।
ଆହୁରି ପଢନ୍ତୁ : ମା’-ଝିଅଙ୍କ ତଣ୍ଟିକାଟି ହତ୍ୟା କଲେ ଦୁର୍ବୃତ୍ତ