ପାକିସ୍ତାନ ରେଞ୍ଜର୍ସ ମୁଖ୍ୟାଳୟ ନିକଟରେ ବଡ଼ ବୋମା ବିସ୍ଫୋରଣ, ଚାରି ମୃତ
କରାଚୀ – ପାକିସ୍ତାନର କରାଚୀରେ ଆତ୍ମଘାତୀ ଆକ୍ରମଣ ହୋଇଥିବାର ଖବର ଆସିଛି। ସୂଚନା ଅନୁସାରେ , ଗୁଲିସ୍ତାନ-ଏ-ଜୋଜର ଅଞ୍ଚଳର ବ୍ଲକ୍-୬ ସ୍ଥିତ ରେଞ୍ଜର୍ସ ହେଡକ୍ୱାର୍ଟର (ପାକିସ୍ତାନ ରେଞ୍ଜର୍ସର ମୁଖ୍ୟାଳୟ) ନିକଟରେ ଜୋରଦାର ବିସ୍ଫୋରଣ ପରେ ଦୀର୍ଘ ସମୟ ଯାଏ ଗୁଳି ବିନିମୟ ହୋଇଛି। ଏହି ଆକ୍ରମଣରେ ୪ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ତିନି ଜଣ ଲୋକ ଆହତ ହୋଇଛନ୍ତି। ମୃତକମାନେ ସାଧାରଣ ଜନତା ନା ପାକିସ୍ତାନ ସିନ୍ଧ ରେଞ୍ଜର୍ସର ଯବାନ ଏବେ ଏହା ସ୍ପଷ୍ଟ ହୋଇ ନାହିଁ।
ରିପୋର୍ଟ ମୁତାବିକ , ଜଣେ ଆତ୍ମଘାତୀ ଆକ୍ରମଣକାରୀ ରେଞ୍ଜର୍ସ କମ୍ପାଉଣ୍ଡକୁ ଟାର୍ଗେଟ୍ କରି ବିସ୍ଫୋରଣ କରିଥିଲା। ତାର ଅନ୍ୟ ସାଥିମାନେ ସୁରକ୍ଷା ବାହିନୀ ଉପରେ ଫାୟାରିଂ ଆରମ୍ଭ କରି ଦେଇ ଥିଲେ। ଏହାପରେ ସଂପୃକ୍ତ ଅଞ୍ଚଳରେ ଭୀଷଣ ଗୁଳି ବିନିମୟ ହୋଇଥିଲା। ସୂତ୍ରର କହିବାନୁସାରେ, ପ୍ରଥମ ବିସ୍ଫୋରଣ ଖୁବ୍ ଶକ୍ତିଶାଳୀ ଥିଲା, ଏହାପରେ ଦୁଇଟି ଛୋଟ ଛୋଟ ବିସ୍ଫୋରଣ ମଧ୍ୟ ହୋଇଥିଲା। କୁହାଯାଉଛି ଯେ, ସୁରକ୍ଷା ବାହିନୀ ଓୋ ଆକ୍ରମଣକାରୀଙ୍କ ମଧ୍ୟରେ ପ୍ରାୟ ଅଧ ଘଣ୍ଟା ଯାଏ ଗୁଳିବିନିମୟ ଚାଲି ଥିଲା।