28 JUNE 2026

Welcome!

Unlock your personalized experience.
Sign Up

PPF ଏବେ ବି ଏକ ଲାଭଦାୟକ ନିବେଶ କି ? Invest କରିବା ପୂର୍ବରୁ ଜାଣନ୍ତୁ …

Jun 27, 2026 - 20:47
PPF ଏବେ ବି ଏକ ଲାଭଦାୟକ ନିବେଶ କି ? Invest କରିବା ପୂର୍ବରୁ ଜାଣନ୍ତୁ …

ନୂଆଦିଲ୍ଲୀ : ସମୟ ଥିଲା , ଯେବେ ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ(ପିପିଏଫ) ପ୍ରାୟ ପ୍ରତି ନିବେଶକଙ୍କ ପ୍ରଥମ ପସନ୍ଦ ହୋଇଥିଲା। ଟ୍ୟାକ୍ସ ବଞ୍ଚାଇବା ଠାରୁ ନେଇ ସୁରକ୍ଷିତ ରିଟର୍ଣ୍ଣ ଯାଏ, ଏହି ଯୋଜନା ଦୀର୍ଘ ଦିନ ଯାଏ ନିବେଶର ଦୃଢ ବିକଳ୍ପ ଭାବେ ରହି ଆସିଛି। ହେଲେ ବଦଳୁ ଥିବା ଆର୍ଥିକ ମାହୋଲ ଓ ନୂଆ ନିବେଶ ବିକଳ୍ପ ଗୁଡ଼ିକ ଆସିବା ପରେ ଏହାର ଭୂମିକା ନିଶ୍ଚୟ ବଦଳିଛି, କିନ୍ତୁ ଏହାର ଗୁରୁତ୍ୱ ଆଜି ମଧ୍ୟ କମି ନାହିଁ। ବିଶେଷଜ୍ଞଙ୍କ ମତରେ ପିପିଏଫ୍ ଆଜି ମଧ୍ୟ ସେହି ନିବେଶକଙ୍କ ପାଇଁ ଏକ ଭରସାଯୋଗ୍ୟ ବିକଳ୍ପ , ଯିଏ ବିନା କୌଣସି ସମସ୍ୟାରେ ଦୀର୍ଘ ଦିନ ଯାଏ ଅର୍ ସୁରକ୍ଷିତ ରଖିବାକୁ ଚାହାନ୍ତି।

ଗତ କିଛି ବର୍ଷରେ ସୁଧ ଦରରେ ହ୍ରାସ ଘଟିଛି। ଏହି କାରଣରୁ ପିପିଏଫରେ ମିଳୁଥିବା ସୁଧ ମଧ୍ୟ ପୂର୍ବାପେକ୍ଷା କମ୍ ହୋଇ ଯାଇଛି। ଏହା ବ୍ୟତୀତ, ନୂଆ ଟ୍ୟାକ୍ସ ବ୍ୟବସ୍ଥା ଆପଣାଉ ଥିବା ନିବେଶକଙ୍କ ପାଇଁ ପିପିଏଫର ଟ୍ୟାକ୍ସ ଫାଇଦା, ହେଲେ ପୂର୍ବ ଭଳି ଆକର୍ଷଣୀୟ ନାହିଁ। ଅନ୍ୟପଟେ , ମ୍ୟୁଚୁଆଲ ଫଣ୍ଡ ଓ ସେୟାର ବଜାର ଭଳି ଇକ୍ୱିଟି ଆଧରିଟି ନିବେଶ ବିକଳ୍ପ ଦ୍ରୁତ ଗତିରେ ଲୋକପ୍ରିୟ ହୋଇଛି। ଏବେ ଏହି ନିବେଶ ଦୀର୍ଘ ଅବଧିରେ ଭଲ ରିଟର୍ଣ୍ଣ ଦେଉଥିବା ମଜବୁତ ବିକଳ୍ପ ମନେକରାଯାଏ। ଏହି କାରଣରୁ ପିପିଏଫ୍ ଏବେ ନିବେଶଙ୍କ ଏକମାତ୍ର ବିକଳ୍ପ ଭାବେ ରହି ନାହିଁ।

ସମୟ ବଦଳିବା ସତ୍ତ୍ୱେ ପିପିଏଫର ଅନେକ ସୁବିଧା ଆଜି ମଧ୍ୟ ଏହାକୁ ସ୍ୱତନ୍ତ୍ର କରେ। ଏହି ଯୋଜନାରେ ନିବେଶ ଉପରେ ସରକାରଙ୍କ ଗାରେଣ୍ଟି ରହିଥାଏ, ଏଥିପାଇଁ ପୁଞ୍ଜି ବୁଡ଼ିବାର କୌଣସି ବିପଦ ରହେ ନାହିଁ। ଏହାସହ ପିପିଏଫକୁ EEE (Exempt – Exempt- Exempt) ଟ୍ୟାକ୍ସ ଷ୍ଟାଟସ ମିଳିଥାଏ। ଅର୍ଥାତ୍ ନିବେଶ , ସୁଧ ଓ ମ୍ୟାଚୁରିଟି ରାଶି – ତିନୋଟି ଉପରେ ଟ୍ୟାକ୍ସ ଛାଡ଼ର ଲାଭ ମିଳେ, ଯଦିଓ ନିବେଶକ ପୁରୁଣା ଟ୍ୟାକ୍ସ ବ୍ୟବସ୍ଥାର ଲାଭ ପାଉଥାନ୍ତୁ। ଏହି କାରଣରୁ ଯେଉଁ ଲୋକଙ୍କ ପ୍ରାଥମିକତା ପୁଞ୍ଜିର ସୁରକ୍ଷା ଓ ସ୍ଥିର ରିଟର୍ଣ୍ଣ , ତାଙ୍କ ପାଇଁ ପିପିଏଫ୍ ଏବେ ମଧ୍ୟ ଏକ ଭଲ ବିକଳ୍ପ ମନେକରାଯାଏ।

ବିତ୍ତୀୟ ବିଶେଷଜ୍ଞଙ୍କ କହିବାନୁସାରେ ,ଆଜିର ସମୟରେ ପିପିଏଫକୁ ପୂରା ନିବେଶର ଆଧାର କରିବା ପରିବର୍ତ୍ତେ ଏକ ସନ୍ତୁଳିତ ପୋର୍ଟଫୋଲିଓର ଅଂଶ କରିବା ଉତ୍ତମ ରଣନୀତି। ଯେଉଁଠି ଇକ୍ୱିଟି ଓ ମ୍ୟୁଚୁଅଲ ଫଣ୍ଡ ଦୀର୍ଘ ଅବଧିରେ ଭଲ ରିଟର୍ଣ୍ଣ ଦେବାର କାମ କରିଥାଏ, ସେଠାରେ ପିପିଏଫ୍ ପୋର୍ଟଫୋଲିଓକୁ ସ୍ଥିରତା ଓ ସୁରକ୍ଷା ଦେଇଥାଏ। ବଜାରରେ ଉତ୍ଥାନ ପତନ ବେଳେ ମଧ୍ୟ ପିପିଏଫ୍ ନିବେଶକଙ୍କୁ ମାନସିକ ଶାନ୍ତି ଦେଇଥାଏ , କାରଣ ଏଥିରେ ରିଟର୍ଣ୍ଣର ଗ୍ୟାରେଣ୍ଟି ରହିଥାଏ।

ଆଜି ନିବେଶକଙ୍କ ସାମ୍ନାରେ ସବୁଠୁ ବଡ଼ ପ୍ରଶ୍ନ ଏହା ନୁହେଁ ଯେ, ପିପିଏଫରେ ନିବେଶ କରିବା ଆବଶ୍ୟକ ନା ନାହିଁ। ପ୍ରକୃତ ପ୍ରଶ୍ନ ଏହା ଯେ, ତାଙ୍କର ଆୟ , ଆର୍ଥିକ ଲକ୍ଷ୍ୟ ଓ ରିସ୍କ ନେବାର କ୍ଷମତା ହିସାବରେ ପିପିଏଫ୍ ରେ କେତେ ନିବେଶ ହେବା ଉଚିତ୍। ଯଦି ଆପଣଙ୍କ ଲକ୍ଷ୍ୟ ସୁରକ୍ଷିତ ସଞ୍ଚୟ , ଟ୍ୟାକ୍ସ ସଞ୍ଚୟ ଓ ଲମ୍ୱା ଅବଧିରେ ବିନା କୌଣସି ବିପଦରେ ଫଣ୍ଡ ପ୍ରସ୍ତୁତ କରିବାର ଅଛି , ତ ପିପିଏଫ ଆଜି ମଧ୍ୟ ଏକ ମଜବୁତ ବିକଳ୍ପ। ଯଦି ଆପଣ ଅଧିକ ରିଟର୍ଣ୍ଣ ଚାହାନ୍ତି , ତ ପିପିଏଫ ସହ ଇକ୍ୱିଟି ଆଧାରିତ ନିବେଶକୁ ମଧ୍ୟ ପୋର୍ଟଫୋଲିଓରେ ଅନ୍ତର୍ଭୁକ୍ତ କରିବା ଉତ୍ତମ ହେବ।

ଆହୁରି ମଧ୍ୟ ପଢନ୍ତୁ : ଆଫଗାନିସ୍ତାନରେ ୬.୨ ତୀବ୍ରତାର ଭୂକମ୍ପ , ଦିଲ୍ଲୀ-ଏନସିଆର ସମେତ ଅନେକ ସ୍ଥାନରେ ଝଟକା ଅନୁଭୂତ